ମମିତା ମେହେର ହତ୍ୟାକାଣ୍ଡ ନବୀନ ସରକାର ଙ୍କ ପ୍ରାୟୋଜିତ ଅଟେ: କଂଗ୍ରେସ ଉପସଭାପତି

20

ମହାଲିଙ୍ଗ ସନ ସାଇନ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗରେ କଂଗ୍ରେସ ଉପସଭାପତି ଡ଼.ଦେବାଶିଷ ପଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି I ଏହି ସାମ୍ବାଦିକ ସମ୍ମିଳନୀରରେ ସେ ସିଧାସଳଖ ନବୀନ ସରକାର ଙ୍କୁ ଟାର୍ଗେଟ କରିଛନ୍ତି I ସେ କହିଛନ୍ତି ଯେ କହିଛନ୍ତି ଯେ ମମିତା ମେହେର ହତ୍ୟାକାଣ୍ଡ ନବୀନ ସରକାର ଙ୍କ ପ୍ରାୟୋଜିତ ଅଟେ ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କର ପ୍ରାଇଭେଟ ସେକ୍ରେଟାରୀ ଓ ତାଙ୍କ ପାଖ ଲୋକଙ୍କ ର ମୋବାଇଲ କଲ ରେକର୍ଡ ଯାଞ୍ଚ କଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ବାହାରି ପାରିବ I ସେ ଆହୁରି ଆରୋପ ଲଗାଇଛନ୍ତି କି ଗୋବିନ୍ଦ ସାହୁ ପୋଲିସ ହେପାଜତ ରୁ ଖସିଯିବା ପାଇଁ ମନ୍ତ୍ରୀ ଙ୍କ ନିର୍ଦେଶ ରେ ହିଁ ବିଦ୍ୟୁତ କାଟ ହୋଇଥିଲା ଏହାଦ୍ୱାରା ଅନ୍ଧାର ର ସୁଯୋଗ ନେଇ ଗୋବିନ୍ଦ ସାହୁ କୁ ଫେରାର କରାଇ ଦିଆଯିବ I ସେଠାରେ ବର୍ଷ ବର୍ଷ ଧରି ଅନୈତିକ କାର୍ଯ୍ୟକଳାପ ଚାଲୁଥିଲେ ମଧ୍ୟ ପ୍ରଶାସନ କାହିଁକି ନିରବଦ୍ରଷ୍ଟା ଥିଲା ଏପରିକି କଳାହାଣ୍ଡିରେ ଅନେକ କଲେଜ ଥିଲେ ମଧ୍ୟ ମନ୍ତ୍ରୀମାନେ କାହିଁକି ବାରମ୍ବାର ସନ ସାଇନ କଲେଜକୁ ଆସୁଥିଲେ ଓ ରାତ୍ରିଯାପନ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି Iଗୋବିନ୍ଦ ସାହୁ ର ଚେର ନବୀନ ନିବାସ ପର୍ଯ୍ୟନ୍ତ ଲମ୍ବିଥିଲା I ଆହୁରି ମଧ୍ୟ ମମିତା ମେହେର ଯେଉଁ ଭିଡିଓ କ୍ଲିପ ରଖିଥିଲେ ସେଥିରେ ମନ୍ତ୍ରୀଙ୍କର ଅଶ୍ଳୀଳ କାର୍ଯ୍ୟକଳାପ ଥିଲା ତେଣୁ ମନ୍ତ୍ରୀ ଙ୍କ ଇସାରାରେ ଏହି ହତ୍ୟା କାଣ୍ଡ ଘଟିଛି I ମମିତା ମେହେର ଙ୍କୁ ହତ୍ୟା ପରେ ଗୋବିନ୍ଦ ସାହୁ ଜଣେ ପ୍ରଭଶାଳୀ ବ୍ୟକ୍ତିଙ୍କୁ ୨ମିନିଟ ରୁ ଅଧିକ ସମୟ ଫୋନ କରିଥିଲା ସେ କିଏ ତେଣୁ ମନ୍ତ୍ରୀ ଙ୍କର ପିଏ,ପିଏସ ଙ୍କର କଲ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି Iତେଣୁ ମମିତା ମେହେର ହତ୍ୟାକାଣ୍ଡ ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ସିଧାସଳଖ ମନ୍ତ୍ରୀ ଙ୍କର ସମ୍ପୃକ୍ତି ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି I ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ଆନ୍ଦୋଳନକୁ ଆହୁରି ତିବ୍ରତର କରିବାକୁ କଂଗ୍ରେସ ଚେତାବନୀ ଦେଇଛି ।

Leave A Reply

Your email address will not be published.