ମୋଦୀ ଙ୍କ ର ‘ମନ କି ବାତ’ରେ ଡ୍ରୋନ୍ ଜ୍ଞାନକୌଶଳ ଉପରେ ଗୁରୁତ୍ୱ

26

‘ମନ କି ବାତ’ର ୮୨ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଂସ୍କରଣରେ ନୂଆ ଡ୍ରୋନ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ‘ଦେଶବାସୀଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ କରିବାକୁ ପଡିବ । ଡ୍ରୋନ୍ ଜ୍ଞାନକୌଶଳରେ ଅଗୁଆ ହେବାକୁ ପଡିବ, ଏଥିପାଇଁ ଯୁବ ଶକ୍ତିକୁ ଏକଜୁଟ ହୋଇ ଆଗେଇ ଆସିବାକୁ ପଡିବ’ ବୋଲି କହିଛନ୍ତି ମୋଦୀ ।ଦେଶକୁ ଶତ୍ରୁ ପକ୍ଷ ଏବେ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରୁଥିବାରୁ ଭାରତକୁ ମଧ୍ୟ ଏହାର ଠିକଣା ଜବାବ ଦେବାକୁ ପଡିବ । ଏହି ଡ୍ରୋନ ଆକ୍ରମଣର ଜବାବ ଡ୍ରୋନ ଆକ୍ରମଣରେ ହିଁ ଦେବାକୁ ପଡିବ । ଡ୍ରୋନ ନିର୍ମାଣ କ୍ଷେତ୍ରରେ ଭାରତ ଆରମ୍ଭ କରିସାରିଛି ନୂଆ ଡ୍ରୋନ ନୀତି । କିପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ଲଢୁଆ ଡ୍ରୋନ ନିର୍ମାଣ କରାଯିବ ସେ ନେଇ ଗବେଷଣା ଚାଲିବା ସହ ଡ୍ରୋନର ନିର୍ମାଣ ମଧ୍ୟ ଚାଲିଛି । ଏଗୁଡିକୁ ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି । ହେଲେ ଏହି ନୀତିକୁ ଆଗେଇ ନେବାରେ ସବୁଠୁ ବଡ ଶକ୍ତି ହେଉଛି ଯୁବ ଶକ୍ତି । ଦେଶକୁ ଟେକ୍ନୋଲୋଜି କ୍ଷେତ୍ରରେ ସଶକ୍ତ କରିବାକୁ ହେଲେ ଯୁବଶକ୍ତିକୁ ଆଗେଇ ଆସିବାକୁ ପଡିବ ବୋଲି ମୋଦୀ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.