ବେଦାନ୍ତ କଂପାନୀ ଅଧ୍ୟକ୍ଷଙ୍କ ପୁତ୍ର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ

219

ଭୁବନେଶ୍ବର: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଅନୀଲଙ୍କ ଏପରି ଦୁଃଖ ସମୟରେ ପ୍ରଭୃ ଜଗନ୍ନାଥ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀ ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ। ଏହା ଏକ ବିରାଟ କ୍ଷତି,  ଏହି କଷ୍ଟକର ସମୟରେ ମୋର ସମବେଦନା ଏବଂ ପ୍ରାର୍ଥନା ଆପଣଙ୍କ ଏବଂ ଆପଣଙ୍କ ପରିବାର ସହିତ ଅଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏହି ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ଏବଂ ସାହସ ପ୍ରଦାନ କରନ୍ତୁ। ଓମ୍ ଶାନ୍ତି।

Comments are closed, but trackbacks and pingbacks are open.