ନୂଆଦିଲ୍ଲୀ: ହରିୟାଣିରୁ ୨ ପାକିସ୍ତାନୀ ଗୁପ୍ତଚର ଗିରଫ। ଦୁଇ ଗୁପ୍ତରଙ୍କ ମଧ୍ୟରୁ ଜଣଙ୍କୁୁ ଅମ୍ବାଲାରୁ ଏବଂ ଆଉ ଜଣଙ୍କୁ କୈଥଲରୁ ଗିରଫ କରିଛି ହରିୟାଣା ପୋଲିସ। ଜଣେ ଅଭିଯୁକ୍ତକୁ ପାକିସ୍ତାନକୁ ବାୟୁସେନା ଷ୍ଟେସନ ବିଷୟରେ ସମ୍ବେଦନଶୀଳ ସୂଚନା ଦେବାର ସନ୍ଦେହରେ ଅମ୍ବାଲା ପୋଲିସ ଗିରଫ କରିଛି। ତାଙ୍କୁ ଅମ୍ବାଲାର ବାସିନ୍ଦା ସୁନୀଲ ଓରଫ ସନି ଭାବରେ ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଭାରତ – ପାକିସ୍ତାନ ବିବାଦ ସମୟରେ ଆଇଏସଆଇକୁ ସୂଚନା ଦେବାର ଅଭିଯୋଗରେ କୈଥଲ ପୋଲିସ ଗିରଫ କରିଛିି। ତାଙ୍କୁ କୈଥଲର ବାସିନ୍ଦା ଦେବେନ୍ଦ୍ର ବୋଲି ଚିହ୍ନଟ କରିଛି। ହରିୟାଣା ପୋଲିସ ଉଭୟ ମାମଲାର ତଦନ୍ତ କରୁଛି। ମୋବାଇଲ୍ ଫୋନ୍ରୁ ଉଦ୍ଧାର ହୋଇଥିବା ପ୍ରମାଣ ଯାଞ୍ଚ କରୁଛି। ଅଭିଯୁକ୍ତ ସୁନୀଲ ସେହି ଅଞ୍ଚଳର ବାୟୁସେନା ଷ୍ଟେସନ ବିଷୟରେ ସମ୍ବେଦନଶୀଳ ସୂଚନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି।
Comments are closed, but trackbacks and pingbacks are open.