ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର : ମିଳିବ ୫ ଲକ୍ଷ ଟଙ୍କା

21

୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା Iପୁରସ୍କାର ସ୍ୱରୂପ ଋତୁପର୍ଣ୍ଣାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ।ଏକଲବ୍ୟ ପୁରସ୍କାର ଜୁରୀ କମିଟିରେ ଋତୁପର୍ଣ୍ଣାଙ୍କ ନାଁ ଚୟନ କରାଯାଇଛି । ଇମ୍ଫା ପରିଚାଳିତ ‘ଇମ୍ଫାକ୍ଟ’ ଦ୍ୱାରା ୧୯୯୩ରେ ପ୍ରତିଷ୍ଠିତ ହୋଇଥିଲା ଏକଲବ୍ୟ ପୁରସ୍କାର ।
ସେହିଭଳି ଫୁଟବଲ୍ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ବସ୍ତି ସିଂ ଉପବିଜେତା ହୋଇଛନ୍ତି । ଉଭୟ ପ୍ୟାରୀ ଓ ସ୍ବସ୍ତିଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ଏବଂ ମାନପତ୍ର ମଧ୍ୟ ମିଳିବ ।

Leave A Reply

Your email address will not be published.