ଆଜି ସନ୍ଧ୍ୟା ୭ଟା ୩୦ରେ ଭାରତ -ପାକ ମହା ମୁକାବିଲା

21

ଆଜି ସନ୍ଧ୍ୟା ୭.୩୦ରେ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ମ୍ୟାଚ ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିଛି । ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଉଭୟ ଦଳ ବିଶ୍ୱକପ ମୈଦାନରେ ପରସ୍ପର ଭେଟିବାକୁ ଯାଉଛନ୍ତି I ଭାରତ ଓ ପାକ୍‌ ମ୍ୟାଚ୍‌କୁ ନେଇ ୨ ଦେଶର କ୍ରିକେଟ୍‌ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଥିବା ବେଳେ ଉଭୟ ଦଳର ଅଧିନାୟକ ଏହି ମ୍ୟାଚ୍‌ ସେମାନେ ଜିତିବେ ବୋଲି ଦାବି କରିବା ଘଟଣାକୁ ଆହୁରି ରୋମାଞ୍ଚିତ କରିଦେଇଛି । ସେହିପରି ପୂର୍ବରୁ ଦୁଇ ଦଳ ଥରେ ଲେଖାଏ ବିଶ୍ୱକପ ଟାଇଟଲ ହାତେଇ ସାରିଛନ୍ତି I ତେବେ ଦିନିକିଆ ଓ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ପାକିସ୍ତାନ କେବେ ବି ପରାସ୍ତ କରିପାରି ନାହିଁ ।
ଅନ୍ୟପଟେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ପାକିସ୍ତାନ ଏହି ଫର୍ମାଟ୍‌ରେ ଏକ ଶକ୍ତିଶାଳୀ ଦଳ । ତେବେ ପାକିସ୍ତାନ ଟିମ୍‌କୁ ପରାସ୍ତ କରିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏକ ଶକ୍ତିଶାଳୀ ଦଳ ନେଇ ଭାରତ ପଡ଼ିଆକୁ ଓହ୍ଲାଇବ । ଦଳଗତ ଭାବେ ଉଚ୍ଚକୋଟୀର ପ୍ରଦର୍ଶନ କରିାରିଲେ ପାକିସ୍ତାନକୁ ଭାରତ ନିଶ୍ଚିତ ପରାସ୍ତ କରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଏ ଥର ବିଶ୍ୱକପ୍‌ ପାଇଁ ୨୦୦୭ ର ବିଶ୍ୱକପ ବିଜେତା ତଥା ଟିମ ଇଣ୍ଡିଆ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ମେଣ୍ଟର ନିଯୁକ୍ତ ହୋଇଛନ୍ତି ସେ ଦଳ ସହ ଉପସ୍ଥିତ ରହି ଖେଳାଳି ଙ୍କୁ ବ୍ୟାଟିଂ ଓ ୱିକେଟ କିପିଙ୍ଗ ର ଗୁରୁମନ୍ତ୍ର ଦେଉଛନ୍ତି I ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କର ସ୍ୱତନ୍ତ୍ର ଟିପ୍ପ କେତେ ଦୂର ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.