ଆସନ୍ତାକାଲି ଭାରତ ପାକିସ୍ତାନ T-20 ୱର୍ଲଡ କପ ମହାମୁକାବିଲା

113

ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ମିନିଟରେ ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ସାରା ବିଶ୍ୱର କ୍ରିକେଟ୍ ପ୍ରେମୀ ଏହି ଦୁଇ ପ୍ରତିଦ୍ବନ୍ଦୀ ଙ୍କ ମୁକାବିଲା ଦେଖିବାକୁ ଉତ୍ସୁକ ଥାନ୍ତି । ଯଦି ବିଶ୍ଵ କପ୍‌ରେ ଉଭୟ ଦଳ ମୁହାଁମୁହିଁ ହେବା କଥା ଆସେ ତେବେ ମ୍ୟାଚ୍‌ର ରୋମାଞ୍ଚ ଆହୁରି ବଢିଯାଏ। ଏହି ମୁକାବିଲାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ନିଜର ଦଳ ଘୋଷଣା କରି ସାରିଥିବା ବେଳେ ଭାରତୀୟ ଦଳ କେଉଁ ୧୧ ଜଣ ଖେଳାଳିଙ୍କୁ ନେଉଛି ସେହି ଘୋଷଣାକୁ ଅପେକ୍ଷା । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ସେହିପରି ଦୀର୍ଘ ଦିନ ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ପଡିଆକୁ ଟିମ ଇଣ୍ଡିଆ ଓହ୍ଲାଇବ ଏବଂ ସେପଟେ ବାବର ଆଜମଙ୍କ ନେତତ୍ୱରେ କଡା ଟକ୍କର ଦେବ ପାକିସ୍ତାନ ।ଆଇସିସିର ଟି-୨୦ ୱାର୍ଲଡ କପରେ ଷଷ୍ଠଥର ପାଇଁ ଦୁଇ ଟିମ ମଧ୍ୟରେ ଆସନ୍ତାକାଲି ହେବାକୁ ଯାଉଛି । ତେବେ ମ୍ୟାଚ ଆଗରୁ ଦୁଇ ଦଳର କପ୍ତାନଙ୍କ ବୟାନ ସରଗରମ ଚର୍ଚ୍ଚା ସୃଷ୍ଟି କରିଛି ।

Leave A Reply

Your email address will not be published.