ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିଶୃତି : ଇ-ସ୍କୁଟି , ବିଜୁଳି ବିଲ୍ ଅଧା, କୃଷକଙ୍କ ଋଣ ଛାଡ, ୨୦ ଲକ୍ଷଙ୍କୁ ଚାକିରି

22

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କରି ଦେଇଛି। ଯୋଗୀ ସରକାରଙ୍କୁ ଧରାଶାୟୀ କରିବାକୁ ଦଳ ଅଣ୍ଟା ଭିଡିଛି, ଆଉ ଏହାର ମଙ୍ଗ ସମ୍ଭାଳିଛନ୍ତି ଖୋଦ୍ ପ୍ରିୟଙ୍କା ଗାନ୍ଧୀ। ଦେଇ ଚାଲିଛନ୍ତି ପ୍ରତିଶୃତି ପରେ ପ୍ରତିଶୃତି ,ଗତକାଲି ପ୍ରୀୟଙ୍କାଙ୍କ ପ୍ରତିଶୃତି ଅନୁସାରେ ନିର୍ବାଚନ ରେ ଯଦି କଂଗ୍ରେସ ବିଜୟ ଲାଭ କରେ ତେବେ ଦ୍ୱାଦଶ ଛାତ୍ରୀ ଙ୍କୁ ମାଗଣା ମୋବାଇଲ ଫୋନ ଓ ସ୍ନାତକ ଶ୍ରେଣୀ ଛାତ୍ରୀଙ୍କୁ ଇ-ସ୍କୁଟି ଦିଆଯିବ ବୋଲି ନିଜ ଟ୍ୱିଟର ହ୍ୟାଣ୍ଡଲ ରେ ସୂଚନା ଦେଇଥିବା ବେଳେ ଆଜି ବାରାବାଙ୍କିରୁ ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରିଛନ୍ତି, ତାଙ୍କ ଦଳ କ୍ଷମତାକୁ ଆସିଲେ ବିଜୁଳି ଦର ଅଧା ହେବ, କରୋନା ସମୟରେ ସମସ୍ତଙ୍କ ବକେୟା ବିଲ୍ ଛାଡ ଏବଂ କୃଷକଙ୍କ ସଂପୂର୍ଣ୍ଣ ଋଣ ଛାଡ କରାଯିବ। ସେ କହିଛନ୍ତି ଯେ, ୟୁପିରେ କରୋନା ସମୟରେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପରିବାରକୁ ୨୫ ହଜାର ଏବଂ ୨୦ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦିଆଯିବ। ଏଥିସହ ୨୫୦୦ ଟଙ୍କାରେ ଚାଷୀଙ୍କଠୁ ଗହମ କିଣାଯିବ ବୋଲି ପ୍ରିୟଙ୍କା କହିଛନ୍ତି।
ସେହିପରି ପ୍ରତି ଗରିବ ପରିବାରକୁ ପ୍ରତି ବର୍ଷ ୨୫୦୦୦ ଟଙ୍କା, ସମସ୍ତଙ୍କୁ ବିଜୁଳି ବିଲ୍ ଅଧା ଏବଂ କୋଭିଡ୍ କାଳରେ ବକେୟା ବିଜୁଳି ବିଲ୍ ସଂପୂର୍ଣ୍ଣ ଛାଡ କରାଯିବା ସାମିଲ୍।
ଏଥିସହ ୨୦ ଲକ୍ଷ ଯୁବକଙ୍କ ସରକାରୀ ନିଯୁକ୍ତି ଦିଆଯିବ। ଚାଉଳ ଓ ଗହମ କ୍ଵିଣ୍ଟାଲ ପିଛା ୨୫୦୦ ଟଙ୍କା ଏବଂ ଆଖୁ କ୍ଵିଣ୍ଟାଲ ପିଛା ୪୦୦ ଟଙ୍କା ଦିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ଏହା ପୂର୍ବରୁ ଲୋକ୍ଷ୍ନୌରୁ ବାରାବାଙ୍କୀ ଯିବା ସମୟରେ ରାସ୍ତାରେ ତମରସେପୁର ଗାଁରେ ଖେତରେ କାମ କରୁଥିବା ମହିଳାଙ୍କୁ ଭେଟିଥିଲେ। ମହିଳାଙ୍କ ସହ ଖେତରେ ମଧ୍ୟ ବସିଥିଲେ ପ୍ରିୟଙ୍କା। ଏହି ସମୟରେ ମହିଳା ନିଜ ହାତରେ ପ୍ରିୟଙ୍କାଙ୍କୁ ଜିଲାପି ଖାଇବାକୁ ଦେଇଥିଲେ।
ଅନ୍ୟପକ୍ଷରେ ଗତ କାଲି ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଭେଟି କଥାବାର୍ତା କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମ ରେ ପ୍ରସାର କରାଇଛନ୍ତି ଇସେଥିରେ ସେ ‘ଲଡକୀ ହୁଁ ,ଲଢ଼ ଶକ୍ତି ହୁଁ ବୋଲି ଉଲ୍ଲେଖ କରିଛନ୍ତି I

Leave A Reply

Your email address will not be published.