ଅମରିନ୍ଦର ଙ୍କ ଆଇଏସଆଇ ସମ୍ପୃକ୍ତିର ତଦନ୍ତ ହେବ

27

ପଞ୍ଜାବ ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଙ୍କର ଆଇଏସଆଇ ସମ୍ପୃକ୍ତି ନେଇ ତଦନ୍ତ ହେବ I ଏହି ଅଭିଯୋଗ ଆଣିଛନ୍ତି ବର୍ତମାନ ପଞ୍ଜାବ ସରକାର ର ଉପମୁଖ୍ୟମନ୍ତ୍ରୀ ଥିବା ସୁଖଜିନ୍ଦର ସିଂ I ସୁଖଜିନ୍ଦର ଙ୍କ ଅଭିଯୋଗ ଅନୁସାରେ ଅମରିନ୍ଦର ଙ୍କ ର ପାକିସ୍ତାନୀ ବାନ୍ଧବୀ ଆରୁସା ଆଲାମ ସହିତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ର ସମ୍ପୃକ୍ତି ରହିଛି I ତେଣୁ ଅମରିନ୍ଦର ଦୀର୍ଘ ସାଢେ ୪ ବର୍ଷ ହେଲା କହିଆସୁଥିଲେ ଯେ ପଞ୍ଜାବ ଉପରେ ଆଇଏସଆଇ ର ବିପଦ ରହିଛି I ଏହି ସୂଚନା ସେ କିପରି ପାଇଲେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ସୁଖଜିନ୍ଦର ସିଂ I ଏହା ସହିତ ସେ ଆହୁରି କହିଛନ୍ତି ଯେ ଅମରିନ୍ଦର ଙ୍କ ର ପାକିସ୍ତାନୀ ବାନ୍ଧବୀ ଆରୁସା ଏହି ସୂଚନା ତାଙ୍କୁ ଦେଇଥିବାର ଅନୁମାନ କରାଯାଉଛି I ଏପରିକି ଏହି ମାମଲା ର ତଦନ୍ତ ପାଇଁ ସେ ପଞ୍ଜାବ ପୋଲିସ ମହାନିର୍ଦେଶକ ଙ୍କୁ ନିର୍ଦେଶ ଦେଇଛନ୍ତି I ଆରୁସା ଦୀର୍ଘ ସାଢେ ୪ ବର୍ଷ ହେଲା ଭାରତ ରେ ରହି ଆସୁଥିଲେ ଏବଂ ତାଙ୍କ ଭିସା ଅବଧିକୁ କେନ୍ଦ୍ର ସରକାର ବାରମ୍ବାର ବଢ଼ାଇ ଚଳୁଥିଲେ କିନ୍ତୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ସେ ପାକିସ୍ତାନ ପଳାଇଯାଇଛନ୍ତି I ଆରୁସା ଦୀର୍ଘ ୧୬ ବର୍ଷ ଧରି ନିୟମିତ ବ୍ୟବଧାନରେ ଭାରତରେ ରହି ଆସୁଥିଲେ I ତେଣୁ ଆଇଏସଆଇ ସହିତ ସଂପୃକ୍ତି ନେଇ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ I

Leave A Reply

Your email address will not be published.