ବିଶ୍ୱ ଓଡ଼ିଆ ପରିବାରରସାତଦିନିଆ ଖାଦ୍ୟ ମହୋତ୍ସବର ଉଦ୍‌ଯାପନ

265

ଭୁବନେଶ୍ୱର, ୩୦.୧୨.୨୦୨୫, ବିଶ୍ୱ ଓଡ଼ିଆ ପରିବାର ଦ୍ୱାରା ଆୟୋଜିତ ଗତ ୨୩ ତାରିଖରୁ ଆୟୋଜିତ ସାତଦିନିଆ ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ଉଦ୍‌ଯାପନ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା ସଭାପତିତ୍ୱରେ ଅନୁଷ୍ଠିତ ଏହି ଜାତୀୟ ଖାଦ୍ୟ ମହୋତ୍ସବ ଓଡ଼ିଶାରେ ପ୍ରଥମ ଓ ଅନନ୍ୟ ଥିଲା। ରାଜ୍ୟର ସମସ୍ତ ଜିଲ୍ଲାର ବିଶିଷ୍ଟ ବ୍ୟଞ୍ଜନ ଉପଲବ୍‌ଧ ଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମହୋତ୍ସବ ନିମନ୍ତେ ୧୪୦ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ପ୍ରଦର୍ଶନୀରେ ଖେଚୁଡି, ପୁରୀର ବାଡ଼ିଆ ଡାଲମା, ବିବିଧ ପିଠାମିଠା, କଟକ ଦହିବରା, କୋରାପୁଟ୍ କଫି, ଦେଶୀ କୁକୁଡ଼ା ପତ୍ରପୋଡ଼ା, ବାରିପଦା ମାଂସ ମୁଢ଼ି, ଘିଅନ୍ନ ମାଂସ ତରକାରୀ, ରସଗୋଲା, ଛେନାପୋଡ, କ୍ଷୀର ପୋଡ଼ପିଠା, ଜିଆଇ ଟ୍ୟାଗ୍ ପାଇଥିବା ଓଡ଼ିଆ ଖାଦ୍ୟ, ଜୈବିକ ଚାଉଳ, ହଳଦୀ, ଅଦା ଆଦି ଅନେକ ଓଡ଼ିଆ ଖାଦ୍ୟ ଦ୍ରବ୍ୟର ସ୍ୱାଦ ଚାଖିବା ପାଇଁ ଶତାଧିକ ଷ୍ଟଲ୍‌ରେ ବିପୁଳ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥିଲା। ମହୋତ୍ସବର ଅଭ୍ୟର୍ଥନା କମିଟିର ସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ମହୋତ୍ସବ ସଫଳତା ସହିତ ସମ୍ପାଦିତ ହୋଇଥିଲା।

ପ୍ରଥମ ଦିବସରେ ଓଡ଼ିଶାର ମତ୍ସ୍ୟ, ପଶୁପାଳନ, ଲଘୁ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ସାଂସଦ ଡ଼ଃ ଅମର ପଟ୍ଟନାୟକ,ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପଫେସର ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।
ଦ୍ୱିତୀୟ ଦିବସରେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ-ସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଓଡି଼ଶା ଶିଶୁଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ଓଡି଼ଶା ଶିଶୁଅଧିକାର ସୁରକ୍ଷା ଆୟୋଗର ସଭ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର ଯୋଗ ଦେଇଥିଲେ।
ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ରାଜ୍ୟସ୍ୱ ବିପର୍ଯ୍ୟ ପ୍ରସମନ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ଲୋକ ସେବକ ମଣ୍ଡଳର ସଂପାଦକ ତଥା ସମାଜ ଖବର କାଗଜର ପ୍ରକାଶକ ତଥା ମୁଦ୍ରକ ଶ୍ରୀ ଦୀପକ ମାଲବ୍ୟ ଏବଂ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ଶ୍ରୀ ଶଶୀ ଶେଖର ସାହୁ ଉପସ୍ଥିତ ଥିଲେ।

ଚତୁର୍ଥ ଦିବସରେ ସମ୍ମାନିତ ଅତିଥି କାର୍ଯ୍ୟକ୍ରମରେ ନବରଙ୍ଗପୁରର ବିଧାୟକ ଶ୍ରୀ ଗୌରୀଶଂକର ମାଝୀ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ର ନିରଂଜନ ମିଶ୍ର, ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ନବରଙ୍ଗପୁରର ବିଧାୟକ ଶ୍ରୀ ଗୌରୀଶଂକର ମାଝୀ ଭାଗ ନେଇଥିଲେ।
ପଞ୍ଚମ ଦିବସରେ ସିନେକଳାକାର, ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦ, ଅତିଥି ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଓଡ଼ିଶାର ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଡ଼ ଦେବପ୍ରସାଦ ଦାସ, କାର୍ଯ୍ୟକ୍ରମରେ ବିଜେପି ବରିଷ୍ଟ ନେତା ଦିଲ୍ଲିପ ମଲ୍ଲିକ ଓ ଗୋଲକ ମାହାପାତ୍ର , ଡଃ ପରମାନନ୍ଦ ପଟେଲ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ ସ୍ୱାଇଁ, ଜନଜାତି ବିଶେଷଜ୍ଞ ଡଃ ରଂଜନ ପ୍ରଧାନ, ଜନଜାତି ସଂସ୍କୃତି ଓ ଜନଜାତି ଦ୍ରବ୍ୟ ଉତ୍ପାଦକ ବିଶେଷଜ୍ଞ ଡଃ ମନୋଜ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଜଣାଶୁଣା ଖାଦ୍ୟ ବିଶେଷଜ୍ଞ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ଡଃ ପଦ୍ମଲୋଚନ ଦାସ ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଷଷ୍ଠ ଦିବସରେ ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ପୂର୍ବତନ ସାଂସଦ ତଥା ବିଜେପି କେନ୍ଦ୍ରୀୟ ଓଡ଼ିଆ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ହରିହର ମହାପାତ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ, ପୂର୍ବତନ ସାଂସଦ ଶ୍ରୀ ଅମର ପଟ୍ଟନାୟକ, ପ୍ରସିଦ୍ଧ ଚାଟାର୍ଡ ଏକାଉଟାଂଟ ତଥା ଆଇ. ସି.ସି.ର ଓଡ଼ିଶା ମୁଖ୍ୟ ରାଜୀବ ଶେଖର ସାହୁ, ଚଳଚ୍ଚିତ୍ର ଅଭିନେତା ଶୀତମ ଦାସ, ବିଶିଷ୍ଟ ଭୟବସାୟୀ, ଶ୍ରୀ ଦୀନବନ୍ଧୁ ବେହେରା ଓ ପି. କେ.ସାମଲ, ପ୍ରଶିଦ୍ଧ ବ୍ୟଙ୍ଗ କବି ଡ଼ଃ ଗିରୀଶ ରଞ୍ଜନ, ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରାଧାନ, ବିଜେପି କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, କଟକ ନଗର ସଭାପତି ସୁକାନ୍ତ ବିଶ୍ୱାଳ, ଯାଜପୁର ସାଂସଦ ରବିନ୍ଦ୍ର ବେହେରା ଆଦି ଉଦବୋଧନ ଦେଇଥିଲେ।
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟର ଉଚ୍ଚଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାସଂଦ ଶ୍ରୀ ଅମର ପଟ୍ଟନାୟକ , ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ର ସଭାପତି ଶ୍ରୀ ସମୀର ମହାନ୍ତି , ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ ଏବଂ କୋଷାଧ୍ୟକ୍ଷ ଶ୍ରୀ ଅଜୟ ଅଗ୍ରୱାଲା ଓ ହୋଟେଲ ପ୍ରେସିଡେନ୍ସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପିୟୁଷ୍ ମହାନ୍ତି ଏବଂ ନିଆଳି ବିଧାୟକ ଛବି ମଲ୍ଲିକ ଉତ୍ସବରେ ଯୋଗ ଦେଇଥିଲେ।
ଉଦ୍‌ଯାପନ ଦିବସରେ ଶ୍ରୀ ଭକ୍ତଚରଣ ତ୍ରିପାଠୀ ଏବଂ ଶ୍ରୀ ଭବାନୀ ପାଟ୍ଟଯୋଶୀ ସଂପାଦନାରେ ସମ୍ପାଦିତ ଖାଦ୍ୟ ମହୋତ୍ସବର ସ୍ମରଣିକା ‘ଅନ୍ନବ୍ରହ୍ମ’ର ଉନ୍ମୋଚନ ହୋଇଥିଲା।


ଏହି ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ୧୨୦ ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପ୍ରଥମ ପୁରସ୍କାର ଭାବେ ୫୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବେ ୩୦୦୦ ଟଙ୍କା, ତୃତୀୟ ପୁରସ୍କାର ୨୦୦୦/- ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ବିଭିନ୍ନ ଦିନରେ ବିଶିଷ୍ଟ କଣ୍ଠଶିଳ୍ପୀ ‘ସହାୟ’ ତରଫରୁ ଦିବ୍ୟାଙ୍ଗ କଳାକାରମାନେ, ଡିଭାଇନ୍ ଡ୍ୟାନ୍ସ ଏକାଡ଼େମୀ, ଏଲିଗାନ୍ସ ଡ୍ୟାନ୍ସ ଷ୍ଟୁଡିଓ, ମଂଟୁ ଛୁରିଆ, ଅନ୍ତରା ଚକ୍ରବର୍ତୀ, ଅସୀମା ପଣ୍ଡା, ବିଷ୍ଣୁମୋହନ କବି, ବର୍ଣ୍ଣାଳୀ ହୋତା ଏବଂ ଜୟଶ୍ରୀ ଧଳ ଆଦି ସଂଗୀତ ପରିବେଷଣ କରିଥିଲେ। ଉଲ୍ଲେଖନୀୟ ଯେ, ନ୍ୟୁଜ୍‌ଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ମଦନମୋହନ ସେଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପୋଲିସ ଉପାୟୁକ୍ତ ଶ୍ରୀ ରମେଶ ଚନ୍ଦ୍ର ବିଶୋଇ ଓ ଖାରବେଳନଗର ଥାନା ଆଇ.ଆଇ.ସି ଶ୍ରୀ ରଜନୀକାନ୍ତ ମିଶ୍ରଙ୍କୁ ସଫଳ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲେ। ସେହିପରି ଉତ୍ସବର ଆୟୋଜକ କଲର୍ ପ୍ଳସ୍‌ର ମୁଖ୍ୟ ସନ୍ତୋଷ ପାତ୍ର ଏବଂ ଅଜନ୍ତା ଆଡ଼ଭାଇଟାଜର୍ସ ଶ୍ରୀ ମନିଷ ଅଗ୍ରୱାଲାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed, but trackbacks and pingbacks are open.