କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ 

186

ଭୁବନେଶ୍ବର:୧୮୫୭ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପବିତ୍ର ସ୍ଥଳୀ ସମ୍ବଲପୁରର କୁଦୋପାଲି ଠାରେ ଆୟୋଜିତ ‘ବୀର ଛବିଳ ସାଏ ସ୍ମୃତି ପଦଯାତ୍ରା’ରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଏବଂ ୫୭ ଜଣ ଅମର ଶହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୁଦୋପାଲିକୁ ଏକ ମହାନ ସାଂସ୍କୃତିକ ତୀର୍ଥସ୍ଥଳୀ ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେଇଛନ୍ତି । ସୋମବାର କୁଦୋପାଲି ଠାରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,  ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ରଣଭୂମିରେ ୫୩ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ ।

Comments are closed, but trackbacks and pingbacks are open.