ଅନନ୍ୟା ଙ୍କୁ ଦ୍ଵିତୀୟ ଥର ଜେରା ପରେ, ପୁଣି ସୋମବାର କୁ ଏନସିବି ର ଅପେକ୍ଷା

19

ଆର୍ଯ୍ୟନ ଖାଁ ସହ ହ୍ୱାଟ୍ସ ଆପ ଚାଟ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଶୁକ୍ରବାର ଦ୍ଵିତୀୟ ଥର ଜେରା କରିଛି I ଅନନ୍ୟା ବାପା ଚଙ୍କି ପାଣ୍ଡେଙ୍କ ସହ ଅପରାହ୍ନ ପ୍ରାୟ ୨.୩୦ରେ ଏନସିବି ଅଫିସରେ ପହଞ୍ଚିଥିଲେ I ଲଗାତର ଦ୍ଵିତୀୟ ଦିନର ୪ ଘଣ୍ଟା ଜେରା ପରେ ଏହା ଅସମାପ୍ତ ରହିଛି ,ତାଙ୍କୁ ପୁଣି ସୋମବାର ଜେରାପଇଁ ଏନସିବି ପକ୍ଷରୁ ନୋଟିସ ହୋଇଛି I ତେବେ ଏନସିବି ଅଧିକାରୀ ଅଶୋକ ମୁଥା ଜୈନ କହିଛନ୍ତି, “ପୁଣିଥରେ ଅନନ୍ୟାଙ୍କୁ ସୋମବାର ସକାଳେ ପଚରାଉଚରା କରାଯିବ। ଏଥିପାଇଁ ତାଙ୍କୁ ସମନ କରାଯାଇଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।” କ’ଣ ଅନନ୍ୟା କିଛି ଡ୍ରଗ ବିକ୍ରେତାଙ୍କ ନମ୍ବର ଏନସିବିକୁ ଦେଇଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୋ ପାଖରେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ।” ତେବେ ଜେରା ବେଳେ ଅନନ୍ୟା ନିଜେ ନିଶା ସେବନ କରୁଥିବା ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି। ଏଥିସହ କୌଣସି ଡ୍ରଗ ପେଡେଲରଙ୍କ ସହ ତାଙ୍କ ସମ୍ପର୍କ ନଥିବା କହିଛନ୍ତି। ହେଲେ ତାଙ୍କ ଉତ୍ତରରେ ସମୀର ୱାଙ୍ଖେଡେ ସନ୍ତୁଷ୍ଟ ଲାଭ କରିନାହାନ୍ତି।

ପ୍ରକାଶଥାଉ କି ଆର୍ଯ୍ୟନଓ ଅନନ୍ୟା ଙ୍କ ମଧ୍ୟରେ ଗଂଜେଇ ଯୋଗାଡ଼ କୁନେଇ ଏହି ହ୍ୱାଟ୍ସ ଆପ ଚାଟ ହୋଇଥିଲା I ଏବଂ ଏହା ଦୁଇ ବର୍ଷ ପୁରୁଣା ହ୍ୱାଟସଆପ୍ ଛାତ ବୋଲି ଅନନ୍ୟା ସଫେଇ ଦେଇଛନ୍ତି I ତେବେ ଶୁକ୍ରବାର ଜେରା ବେଳେ ୨୨ ବର୍ଷୀୟ ଅନନ୍ୟା ଏନସିବି କୁ କହିଛନ୍ତି ‘ଆର୍ଯ୍ୟନ ତାଙ୍କୁ ଗଂଜେଇ ଯୋଗାଡ଼ କରିବା ପାଇଁ କହିଥିଲେ କିନ୍ତୁ ଆର୍ଯ୍ୟନ ମଜାରେ ତାଙ୍କୁ ଗଂଜେଇ ମାଗିଥିଲେ ବୋଲି ଅନନ୍ୟା ଭାବିଥିଲେ’ I
ସୂଚନାଯୋଗ୍ୟ, ୨୦୧୮-୧୯ରେ ଅନନ୍ୟା ଗିରଫ ଆର୍ଯ୍ୟନ ଖାନଙ୍କ ସହ ହ୍ୱାଟସଆପ୍‌ରେ କଥା ହୋଇଥିଲେ। ଏହି ସମୟରେ ସେ ଜଣେ ଡ୍ରଗ ଡିଲରଙ୍କ ନମ୍ବର ତାଙ୍କୁ ଦେଇଥିଲେ। ସେହି ଡିଲରଙ୍କ ଜରିଆରେ ଅନନ୍ୟା ବନ୍ଧୁ ଆର୍ଯ୍ୟନଙ୍କୁ ୩ଥର ଡ୍ରଗ ଦେଇଥିବା ଏନସିବି ଜାଣିବାକୁ ପାଇଛି। ଏବେ ସେଥିରେ କେତେ ସତ୍ୟତା ରହିଛି, ତା’ର ଖିଅ ଖୋଜାଯାଉଛି।

ଅନ୍ୟପକ୍ଷରେ ଏନସିବି ପକ୍ଷରୁ କୁହାଯାଇଛି ଯେ ଦୁଇଜଣ ଙ୍କ ମଧ୍ୟରେ ମାଦକ ଦ୍ରବ୍ୟ ବିଷୟ କୁ ନେଇ ଅନେକ ବାର କଥାବାର୍ତା ହୋଇଛି କିନ୍ତୁ ଅନନ୍ୟା ଏହି ନିଶା ଦ୍ରବ୍ୟ ଯୋଗାଡ଼ କରିଥିବାର କୌଣସି ପ୍ରମାଣ ଏ ଯାଏ ମିଳିପାରିନାହିଁ I

Leave A Reply

Your email address will not be published.