ଏକ ନୂତନ ଦିଗ ପ୍ରଦାନ କରିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା: କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ଵର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା ଦୁଇଦେଶ ମଧ୍ୟରେ ଥିବା ସଂପର୍କକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ରାଜିନାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେକର୍ଡ ସମୟ ମଧ୍ୟରେ ସ୍ବାକ୍ଷରିତ ହୋଇପାରିଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏହି ରାଜିନାମା ଏମଏସଏମଇ, ଆଇଟି ଏବଂ ଚାଷୀ, ଶିଳ୍ପୋଦ୍ୟୋଗୀ, ଛାତ୍ର, ନବପ୍ରବର୍ତ୍ତକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏହାଦ୍ବାରା ବ୍ରାଣ୍ଡ୍ ଇଣ୍ଡିଆ ବୈଶ୍ବିକସ୍ତରରେ ବିସ୍ତାରଲାଭ କରିପାରିବ ବୋଲି ସେ କହିଛନ୍ତି।
Comments are closed, but trackbacks and pingbacks are open.