ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରହାୁଲ ଗାନ୍ଧୀ ଓ ନେତ୍ରୀ ସେନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍। ଏହି ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା, କିନ୍ତୁ ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରେ ରାଉସ୍ ଆଭେନ୍ୟୁ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲୋ ଦିଲ୍ଲୀ ହାଇକୋର୍ଟ ଏବେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ ତାରିଖରେ ହେବ। ଆଜି ଏହି ମାମଲାର ଶୁଣାଣି ସମୟରେ, ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କ ଯୁକ୍ତିରେ କହିଛନ୍ତି ଯେ ଚୂଡ଼ାନ୍ତ ନିଷ୍କର୍ଷ ହେଉଛି ଯେ ଅଭିଯୁକ୍ତମାନେ ୫୦ ଲକ୍ଷ ଟଙ୍କା ବିନିମୟରେ ୨୦୦୦ କୋଟି ଟଙ୍କାର ସମ୍ପତ୍ତି ପାଇଛନ୍ତି। ଏସଜି ତୁଷାର ମେହେଟ୍ଟା କହିଛନ୍ତି ଯେ ଜୁନ୍ ୨୦୧୪ରେ ଜଣେ ବ୍ୟକ୍ତି ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ, ଯାହା ଉପରେ ନିମ୍ନ ଅଦାଲତ ବିଚାର କରିଥିଲେ ଏବଂ ପରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଥିଲେ। ତୁଷାର ମେହେଟ୍ଟା କହିଛନ୍ତି ଯେ ଇଡି ମାମଲାର ତଦନ୍ତ ସମାପ୍ତ କରିଛି, ପ୍ରମାଣ ସଂଗ୍ରହ କରିଛି, ମାମଲାରେ ଅନେକ ତଲାସୀ କରାଯାଇଛି ଏବଂ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।
Comments are closed, but trackbacks and pingbacks are open.