ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ହେଲେ ସମ୍ମାନିତ

120

ମସ୍କଟ: ମସ୍କଟ ରାଜପ୍ରାସାଦରେ ଆୟୋଜିତ ଏକ ସମାରୋହରେ ଓମାନ୍‍ର ସୁଲତାନ’ ସୁଲତାନ ହାଇଥମ୍‍ ବିନ୍‍ ତାରିକ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭାରତ-ଓମାନ୍‍ ସମ୍ପର୍କ ନେଇ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଅବଦାନ ପାଇଁ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଓମାନ୍‍ ଗସ୍ତ ଗୁରୁତ୍ୱ ବହନ କରିଛି। ଶ୍ରୀ ମୋଦୀ’ ସମ୍ମାନକୁ ଭାରତବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଭାଗିତା ଲକ୍ଷ୍ୟ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓମାନ୍‍ ସୁଲତାନ ଶ୍ରୀ ତାରିକ୍‍ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉପସ୍ଥିତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ତାଙ୍କ ଓମାନ ପ୍ରତିପକ୍ଷ କ୍ୱାଇସ୍‍ ଅଲ୍‍ ୟୁସେଫ୍‍ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ୨୦ ବର୍ଷ ପରେ ଓମାନ୍‍ ଏହି ଦ୍ୱିତୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ନିଯୁକ୍ତି, ବ୍ୟବସାୟ ପାଇଁ ଉନ୍ନତ ବଜାର କ୍ଷେତ୍ର ଏବଂ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆର୍ଥିକ ସୁଯୋଗକୁ ଏହି ଚୁକ୍ତିନାମା ତ୍ୱରାନ୍ୱିତ କରିବ। ସାମୁଦ୍ରିକ ଐତିହ୍ୟ, ଶିକ୍ଷା, କୃଷି ଏବଂ ମିଲେଟ୍‍ ଚାଷ କ୍ଷେତ୍ରରେ କେତେକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

Comments are closed, but trackbacks and pingbacks are open.