ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଆଇସିଜିର ମକ ଡ୍ରିଲ୍

130

ଭୁବନେଶ୍ବର: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି। ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି। ଜାହାଜରୁ ତେଲ ଲିକେଜକୁ କିପରି ପ୍ରତିହତ କରାଯିବ ସେ ନେଇ ଆଇସିଜି ପକ୍ଷରୁ ବିଭିନ୍ନ ରଣ କୌଶଳ ସମେତ ଅଭ୍ୟାସ କରାଯାଇଛି।ଉକ୍ତ ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷକ ବାହିନୀ ଯୁଦ୍ଧ ଜାହାଜ ବିଜୟ ସମେତ ଭରଦ,ଅମୋଘ, ଅଦମ୍ୟ, କମଳାଦେବୀ,ଅମ୍ରିତକୌର ଓ ସି -୪୨୬ ସାମିଲ ହୋଇଛନ୍ତି। ଏହା ବାଦ ଆଇଓସିଏଲ ବୋଟ,ପାରାଦୀପ ବନ୍ଦର ପ୍ରାଧିକରଣ ବୋଟ ଓ ଟଗ ବୋଟ ଅଂଶ ଗ୍ରହଣ କରିଥିଲେ। ଆଇସିଜିର ଡୋନିଆର ଉଡାଜାହାଜ ଭୁବନେଶ୍ୱରରୁ ଆସି ପାରାଦୀପରେ ମକ ଡ୍ରିଲରେ ଅଂଶ ଗ୍ରହଣ କରିଥିଲା। ଉକ୍ତ ମକ୍ ଡ୍ରିଲରେ ଜାହାଜର ୪ ଶହରୁ ଊର୍ଦ୍ଧ୍ବ କର୍ମଚାରୀ ଭାଗ ନେଇଛନ୍ତି।

Comments are closed, but trackbacks and pingbacks are open.