ନାବାଳିକାକୁ ଦୁଷ୍କର୍ମ କରି ଘର ମାଲିକ ଗିରଫ: ରାଜଧାନୀ

788

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥମୁ ନାହିଁ ଦୁଷ୍କର୍ମ । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ୧୧ ବର୍ଷୀୟା ନାବାଳିକାଟି ଘରେ ଏକୁଟିଆ ଥିଲା। ଏହି ସମୟରେ ଘର ମାଲିକ ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତା ଜଣକ ଏବେବି ଚିକିତ୍ସାଧୀନ ଅଛନ୍ତି । ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ପୋଲିସ ମାମଲାକୁ ପରିଚାଳନା କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଛନ୍ତି। ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ପୀଡ଼ିତାକୁ ମେଡ଼ିକାଲରେ ଭେଟିଛନ୍ତି । ଦୋଷୀ ଯିଏ ବି ଥାଉ ତାକୁ ଛଡା ଜୀବନାହିଁ । ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମହିଳା ଆୟୋଗ ସଦସ୍ୟା ପ୍ରତିକ୍ରିୟା ରଖିଛନ୍ତି ।

Comments are closed, but trackbacks and pingbacks are open.