‘ମନ୍ନତ’ ପହଂଚିଲେ ଏନସିବି ଟିମ୍

18

ଆଜି ଏନସିବିର କିଛି ଅଧିକାରୀ ଶାହାରୁଖ ଖାନଙ୍କ ମନ୍ନତ ଘରେ ପହଂଚିଥିଲେ । ଏହାପରେ ଶାହାରୁଖ ଖାନଙ୍କ ଘରେ ନୋଟିସ୍ ଲଗାଇଛି ଏନସିବି ଟିମ୍ । ଆର୍ଯ୍ୟନ ଖାନଙ୍କ ବ୍ୟବହୃତ ହେଉଥିବା କୌଣସି ଲାପଟୋପ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଥିଲେ ଦେବା ପାଇଁ ନୋଟିସରେ କୁହାଯାଇଛି । ଆଜି ସକାଳେ ଶାହାରୁଖ ଖାନ୍ ଆର୍ଥର ରୋଡ୍ ଜେଲ ଯାଇ ପାଖାପାଖି ୧୫ ମିନିଟ୍ ଆର୍ଯ୍ୟନଙ୍କୁ ଭେଟିଥିଲେ । ତେବେ ଏନସିବି ର ଟିମ ମନ୍ନତ ଯାଇଥିବାବେଳେ ,ସେଠାକାର ସିକ୍ୟୁରିଟି ଗାର୍ଡ ଏନସିବି ଟିମ ଙ୍କୁ ଭିତରକୁ ପଶିବାକୁ ଦେଇ ନଥିଲା I

ଏହାର କିଛି ସମୟ ପରେ ମନ୍ନତରେ ପହଂଚିଥିଲେ ଏନସିବି ଅଧିକାରୀ । ସେଠାରେ କିଛି କାଗଜପତ୍ର କାମ କରିବା ପରେ ନୋଟିସ୍ ଲଗାଇ ପଳାଇ ଆସିଥିଲେ । ସେହିପରି ଶାହାରୁଖ ଖାନଙ୍କ ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରକୁ ବି ଯାଇଥିଲା ଏନସିବି । ଆର୍ଯ୍ୟନ ଖାନଙ୍କ ହ୍ୱାଟ୍ସଆପ୍ ଚାଟ୍ ଆଧାରରେ ଅନନ୍ୟା ପାଣ୍ଡେଙ୍କ ଘରକୁ ଏନସିବି ଟିମ୍ ଯାଇଥିବା କୁହାଯାଉଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବି ସମନ କରିଛି । ତାଙ୍କୁ ପଚରାଉଚରା ପାଇଁ ଏନସିବି ଅଫିସ୍ ଡକାଯାଇଛି । ଏହା ସହ ଅନନ୍ୟା ପାଣ୍ଡେଙ୍କ ଫୋନ୍ ବି ଜବତ କରିଛି ଏନସିବି ।ଶାହାରୁଖ ଓ ଆର୍ଯ୍ୟନ ଙ୍କ ମଧ୍ୟରେ ପ୍ରାୟ ୧୫-୨୦ ମିନିଟ କଥାବାର୍ତ୍ତା ହୋଇଥିଲା । ଜେଲ ସୂତ୍ର ମୁତାବକ ଆରୟନ ଓ ଶାହାରୁଖଙ୍କ ମଧ୍ୟରେ ଯେତେବେଳେ ସାକ୍ଷାତ ହୋଇଥିଲା ଉଭୟ ଭାବୁକ ହୋଇପଡିଥିଲେ । ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହେଲା ତାହା ପ୍ରକାଶ ପାଇନାହିଁ । ।

Leave A Reply

Your email address will not be published.