ଭୁବନେଶ୍ୱର, ୧୦ ।୧୨: ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ବର୍ଷର ଶ୍ରେଷ୍ଠ ସ୍ପୋର୍ଟ୍ସ ଷ୍ଟାଡିୟମ୍/ଏରେନା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ତୃତୀୟ ସିଆଇଆଇ ସ୍ପୋର୍ଟ୍ସ ବିଜନେସ୍ ଆୱାର୍ଡସ୍ ୨୦୨୫ରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶରେ କିଟ୍ର ଉଲ୍ଲେଖନୀୟ ଅବଦାନ ଏବଂ ଭାରତରେ କ୍ରୀଡା ଉତ୍କଷର୍ତାକୁ ପ୍ରୋତ୍ସାହିତ କରିବା ଦିଗରେ କିଟ୍ର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରେ।
୧୦ମ ସିଆଇଆଇ ସ୍କୋରକାର୍ଡ ୨୦୨୫ ସମାପ୍ତ ହୋଇଥିବା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କିଟ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ସରକାରୀ ପଦାଧିକାରୀ, କର୍ପୋରେଟ୍ ନେତା ଏବଂ ଦେଶବ୍ୟାପୀ କ୍ରୀଡ଼ା ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
କିଟ୍ର ଅନୁକରଣୀୟ କାର୍ଯ୍ୟ ଏବଂ ଭାରତୀୟ କ୍ରୀଡ଼ା ଇକୋସିଷ୍ଟମ ଉପରେ ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହା ସହ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଖେଳାଳିମାନଙ୍କ ପାଇଁ ମାନଦଣ୍ଡ ସୁବିଧା ସୃଷ୍ଟି କରିବାରେ ପ୍ରତିଷ୍ଠାନର ନିରନ୍ତର ପ୍ରୟାସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
କ୍ରୀଡ଼ା କ୍ଷେତ୍ରରେ ନିରନ୍ତର ଉତ୍କର୍ଷତା ପାଇଁ କିଟ୍ ବହୁ ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ୱୀକୃତି ହାସଲ୍ କରିଛି । ବିଶ୍ୱବିଦ୍ୟାଳୟକୁ ୨୦୨୨ ଓ ୨୦୨୫ ଉଭୟରେ ସ୍ପୋର୍ଟଷ୍ଟାର ଆସେସ୍ ପୁରସ୍କାରରେ “କ୍ରୀଡ଼ା ପ୍ରୋତ୍ସାହନ ପାଇଁ ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ’ ଭାବରେ ବିବେଚିତ କରାଯାଇଥିଲା। ସେହିପରି କ୍ରୀଡ଼ା ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍କୁ ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଥିଲା। ଏହା ବ୍ୟତୀତ କିଟ୍କୁ ସିଆଇଆଇ କ୍ରୀଡ଼ା ବିଜିନେସ୍ ଆୱାର୍ଡ ୨୦୨୩ରେ “ଶ୍ରେଷ୍ଠ କ୍ରୀଡା ସୁବିଧା’ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତୀୟ କ୍ରୀଡ଼ା ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ୨୦୨୨ରେ କିଟ୍କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା
Comments are closed, but trackbacks and pingbacks are open.