ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

23

ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଚାଷ ଜମିରେ ପଡିଯାଇଛି। ଏଥିରେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଏହି ବିମାନଟିକୁ ଜଣେ ଟ୍ରେନି ପାଇଲଟ ଉଡାଉଥିଲେ। ତେବେ ସୌଭାଗ୍ୟ ବଶତଃ ବିମାନ ଉଡ଼ାଉଥିବା ଲେଫ୍ଟନାଣ୍ଟ ଅଭିଲାଶ ସୁରକ୍ଷିତ ଅଛନ୍ତି। ସେ ବିମାନ ଭିତରୁ ସୁରକ୍ଷିତ ଭାବେ ପାରାସୁଟ୍‌ ଜରିଆରେ ପଦାକୁ ବାହାରି ଆସିଥିବାର ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭିଣ୍ଡଠାରୁ ପ୍ରାୟ ୬ କିଲୋମିଟର ନୂର ଏକ ଖାଲି ଚାଷ ଜମିରେ ବାୟୁସେନାର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଧ୍ୱଂସାବଶେଷରୁ ଧୂଆଁ ବାହାରୁଛି। ପୁଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଚାରିଆଡେ କର୍ଡନ୍ ତିଆରି କରିଛି। ବିମାନର ଆଗ ଭାଗର ଅଧା ମାଟି ଭିତରେ ପୋତି ହୋଇ ରହିଛି।
IAF ର ମିରାଜ 2000 ବିମାନ ଆଜି ସକାଳେ ସେଣ୍ଟ୍ରାଲ ସେକ୍ଟରରେ ଟ୍ରେନିଂ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରିଥିଲା। ଭାରତୀୟ ବାୟୁସେନା ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.