ନୂଆଦିଲ୍ଲୀ: ଇଣ୍ଡିଗୋର ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ବେସାମରିକ ବିମାନ ନିର୍ଦ୍ଦେଶାଳୟ (ଡିଜିସିଏ) ଆନିଷ୍ଠାନିକ ଭାବରେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏକ ସପ୍ତାହ ଧରି ଲଗାତାର ବାତିଲକରଣ ଏବଂ ବିଳମ୍ବ ଯୋଗୁଁ ସାରା ଭାରତରେ ହଜାର ହଜାର ଯାତ୍ରୀ ଫସି ରହିଥିବାରୁ, ନିୟାମକ ସଂସ୍ଥା ଶନିବାର ତାଙ୍କ ନୋଟିସରେ ସିଇଓଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି। “ସିଇଓ ଭାବରେ, ଆପଣ ଏୟାରଲାଇନ୍ସର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଦାୟୀ, କିନ୍ତୁ ଆପଣ ନିର୍ଭରଯୋଗ୍ୟ କାର୍ଯ୍ୟ ପରିଚାଳନା ଏବଂ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଉପଲବ୍ଧତା ପାଇଁ ସମୟୋଚିତ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି, ତେଣୁ, ବର୍ତ୍ତମାନ, ଆପଣଙ୍କୁ ଏହି ନୋଟିସ ପାଇବାର ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ ପଡିବ ଯେ ଉପରୋକ୍ତ ଉଲ୍ଲଂଘନ ପାଇଁ ବିମାନ ନିୟମ ଏବଂ ବେସାମରିକ ବିମାନ ଚଳାଚଳ ଆବଶ୍ୟକତାର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଆପଣଙ୍କ ବିରୁଦ୍ଧରେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ,” ନୋଟିସରେ ଲେଖାଯାଇଛି।
Comments are closed, but trackbacks and pingbacks are open.