ଶିଶୁଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ, ଅନୁମତି ମିଳିଲେ ଟିକା ଦେବା ଆରମ୍ଭ କରାଯିବ :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

20

ଦେଶରେ ୯ ମାସ ମଧ୍ୟ ରେ ବର୍ତ୍ତମାନ ସୁଦ୍ଧା ୧୦୦ କୋଟି ରୁ ଉର୍ଦ୍ଧ ଟୀକାକରଣ କରାଯାଇ ଐତିହାସିକ ଲକ୍ଷ୍ୟ ହାସଲ ହୋଇଛି ଇ ସେହିପରି ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସାଢେ ୩ କୋଟି ପାଖାପାଖି ଟିକାକରଣ ହୋଇଛି । ଆଉ ୨୨ ଲକ୍ଷ ଟିକା ମହଜୁଦ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ଆଉ ଏକ ଚତୁର୍ଥାଂଶ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅଛନ୍ତି । ଶିଶୁ ମାନଙ୍କୁ ଟିକା ଦେବା ପାଇଁ ଆସନ୍ତା କାଲି ଠାରୁ କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରିପୋର୍ଟ ଅନୁସାରେ ରାଜ୍ୟରେ ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ୪୦ ଲକ୍ଷ ପିଲା ଅଛନ୍ତି ।` ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଯାହା ଆଶଙ୍କା କରାଯାଉଥିଲା ପୂଜା ସମୟ ରେ ସଂକ୍ରମଣ ବଢିବ ବୋଲି, ଏ ପର୍ଯ୍ୟନ୍ତ କୌଣସି ସଠିକ ରିପୋର୍ଟ ହସ୍ତଗତ ହୋଇନାହିଁ ଆଗକୁ ୭-୮ ଦିନ ମଧ୍ୟରେ ଏହା ଜଣାପଡିବ । ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବ ।ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କାକା କୁ ଏଡାଇ ଦିଆଯାଇପାରିବ, ତୃତୀୟ ଲହର ନେଇ ଆମେ ଏଂଡେମୀକ ସ୍ତରରେ ଅଛୁ ବୋଲି ଏଂଡେମୀକ ଭାଇରୋଲୋଜିଷ୍ଟ କହିଛନ୍ତି ଏବେ । କିନ୍ତୁ ପରିସ୍ଥିତି ଦେଖି କିଛି ସ୍ଥାନ ରେ ସଂକ୍ରମଣ କମୁଛି ଆଉ ବଢୁଛି । ସେହିପରି ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ସେହି ଭ୍ୟାରିଆଣ୍ଟ ର କଣ୍ଟାକ୍ଟ ଟ୍ରେସିଂ ରେ ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି । ଏ ବାବଦରେ ରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସ କିଛି ତେଣୁ ଆତଙ୍କିତ ହେବାର କିଛି କାରଣ ନାହିଁ । ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କାକା କୁ ଏଡାଇ ଦିଆଯାଇପାରିବ ଇ ଏବେ ସମ୍ପୂର୍ଣ୍ଣ ଅନଲୋକ ସମୟରେ ଆମେ ସତର୍କ ରହିବ ସହିତ କୋଭିଡ ଗାଇଡ଼ ଲାଇନ ଠିକ ଭାବରେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦେଇଛି I

Leave A Reply

Your email address will not be published.