ମତ୍ସ୍ୟଜୀବୀଙ୍କ ଜାଲରେ ବିଶାଳ ସାର୍କ

91

ବାଲେଶ୍ଵର :  ବଙ୍ଗୋପସାଗରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି। ଭୋଗରାଇ ବ୍ଲକ୍‌ ତାଳସାରୀ ନିକଟରେ ଆଜି ଏକ ବିରାଟ ସାର୍କ ଧରାପଡ଼ିଛି। କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ । ସାର୍କଟିର ଓଜନ ପ୍ରାୟ ୬ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ହେବ । ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । ଖବର ପାଇ ଉଦୟପୁର ଫରେଷ୍ଟର ସଂଜୟ ମହାନ୍ତି ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଏକ ଟ୍ରାକ୍ଟର ଯୋଗେ ସାର୍କଟିକୁ ଆଣିବାର ବ୍ୟବସ୍ଥା କରୁଛନ୍ତି । ଏପଟେ ସାର୍କ ମାଛ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି ।

ସେହିପରି ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍‌ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା। ସେମାନେ ମାଛଟିକୁ ଟାଣିଆଣି ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଆଜି ସକାଳେ ଲଗାଇଥିଲେ । କୋଲକାତାର ଏକ ଘରୋଇ କମ୍ପାନି ଲକ୍ଷାଧିକ ଟଙ୍କାରେ ଏହି ମାଛଟିକୁ କିଣି ନେଇଛି।

Comments are closed, but trackbacks and pingbacks are open.