ବେଦମୂର୍ତ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

111

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦିନୀ ଶାଖାର 2 ହଜାର ମନ୍ତ୍ର ନେଇ ଦଣ୍ଡକ୍ରମ ପାରାୟଣମ୍ 50 ଦିନରେ ବିନା ବାଧାରେ ସମାପ୍ତ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ 19 ବର୍ଷୀୟ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି ତାହା ଆଗାମୀ ପିଢ଼ି ମନେ ରଖିବେ। ସେ ହିନ୍ଦିରେ ଯାହା ଲେଖିଛନ୍ତି ତାହାର ଓଡିଆ ହେଲା ୯ ବର୍ଷୀୟ ଦେବବ୍ରତ ମହେଶ ରେଖେଙ୍କ କୃତିତ୍ୱ ବିଷୟରେ ଜାଣିବା ଅତ୍ୟନ୍ତ ଉତ୍ସାହଜନକ। ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ଭାରତୀୟ ସଂସ୍କୃତିରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଜାଣି ଖୁସି ହେବେ ଯେ ଶ୍ରୀ ଦେବବ୍ରତ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦୀନ ଶାଖାର ୨୦୦୦ ମନ୍ତ୍ର ପାଠ “ଦଣ୍ଡକର୍ମ ପାରାୟଣମ୍” ୫୦ ଦିନ ପାଇଁ ବିନା ବାଧାରେ ସମାପ୍ତ କରିଥିଲେ। ଏଥିରେ ଅନେକ ବୈଦିକ ସ୍ତୁତି ଏବଂ ପବିତ୍ର ଶବ୍ଦ ଅନ୍ତର୍ଭୁକ୍ତ, ଯାହାକୁ ସେ ସମ୍ପୂର୍ଣ୍ଣ ଶୁଦ୍ଧତାର ସହିତ ପାଠ କରିଥିଲେ। ଏହି ସଫଳତା ଆମର ଗୁରୁ ପରମ୍ପରାର ସର୍ବୋଚ୍ଚ ରୂପକୁ ପ୍ରତିନିଧିତ୍ୱ କରେ।

Comments are closed, but trackbacks and pingbacks are open.