ଭୁବନେଶ୍ବର: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ଛାଡିଛନ୍ତି। ସେ ରାଜଭବନରୁ ସିଧା ବିମାନ ବନ୍ଦର ଯାଇ ସେଠାରୁ ସେ ଲକ୍ଷ୍ମୌ ଯାତ୍ରା କରିଛନ୍ତି। ଆଜି ବିମାନ ବନ୍ଦରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ବାଚସ୍ପତି ସୁରମା ପାଢୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ, ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗସ୍ତରେ ରାଷ୍ଟ୍ରପତି ବିଧାନସଭାରେ ଏକ ଇତିହାସ ରଚନା କଲେ। ସେ ବିଧାନସଭାରେ ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜର ଅଭିଭାଷଣ ରଖିଲେ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, “ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ; ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି , ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ବିଦାୟ ଜଣାଇଲି। ଓଡ଼ିଶା ବିଧାନସଭାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କର ଐତିହାସିକ ସମ୍ବୋଧନ ଆମ ରାଜ୍ୟର ଗଣତାନ୍ତ୍ରିକ ଯାତ୍ରା ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା। ତାଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ ଆମ ସରକାର ଏବଂ ରାଜ୍ୟର ସମସ୍ତ ନାଗରିକଙ୍କୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଧିକ ପ୍ରେରଣା ଓ ଶକ୍ତି ଦେଇଛି। ଓଡ଼ିଶା ମାଟିର ଏହି ସୁକନ୍ୟାଙ୍କୁ ତାଙ୍କର ସଫଳ ଓ ମାର୍ଗଦର୍ଶକ ଗସ୍ତ ପାଇଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି।”
Prev Post
Comments are closed, but trackbacks and pingbacks are open.