ଶିକ୍ଷୟିତ୍ରୀ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

27

ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ କୁ ଆଖୁ ବାଡିରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମୁଣ୍ଡପଦରରେ ଗୋବିନ୍ଦ ସାହୁ ନିଜ ଭଉଣୀ ଘରେ ଲୁଚିଥିବାବେଳେ ସେଠାରୁ ପୋଲିସ ତାକୁ ଗିରଫ କରିଛି । ତେବେ ଗୋବିନ୍ଦଙ୍କୁ ଗିରଫ କରିବା ପରେ ମମିତାଙ୍କ ନିଖୋଜ ଓ ସ୍କୁଲ ଷ୍ଟାଡିୟମ ର ମାଟିତଳୁ ଉଦ୍ଧାର ପାଇଥିବା ଅର୍ଦ୍ଧଦଗ୍ଧ ଶବ କାହାର ବୋଲି ଚିହ୍ନଟ ହୋଇପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ଟିଟିଲାଗଡ଼ ପୋଲିସ ବ୍ୟାରେକ ରୁ ଚମ୍ପଟ ମାରିଥିଲା । ଆଜି ତା ର ଅନୁସନ୍ଧାନ ଦେବାପାଇଁ ପ୍ରଥମେ ୨୦ ହଜାର ଓ ପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ପୋଲିସ ପକ୍ଷରୁ ଘୋଷଣା ହୋଇଥିଲା ଆଜି ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଗୋବିନ୍ଦ ସାହୁ ର ପଟ୍ଟ ମିଳୁ ନଥିବାରୁ ଏହି ଘଟଣା ଉପରୁ ପରଦା ଉଠିପାରି ନଥିଲା ୱିତେବେ ବର୍ତ୍ତମାନ ଗୋବିନ୍ଦ ସାହୁ ଗିରଫ ହେବା ପରେ ଏହି ଘଟଣା ଉପରୁ ପରଦା ଉଠିପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.