ଭୁବନେଶ୍ୱର: ବିଜେପିର ଅନ୍ୟନାମ ବିକାଶ । ବିକାଶକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ ଆମ ସମସ୍ତଙ୍କର । ଏହି କାରଣରୁ ବିଜେପି ଆଜି ସମଗ୍ର ଭାରତବର୍ଷରେ ଆଦୃତ ହୋଇ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାବେ ପ୍ରତିଷ୍ଠା ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ପରେ “ନିର୍ବାଚନୀ ଘୋଷଣାନାମା”ରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ଆମେ ପୂରଣ କରିଛୁ । ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖି ପାର୍ଟିର ବିଚାରଧାରା, ଆଦର୍ଶ ଏବଂ ବିଜେପି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ପଂଚାୟତ ନିର୍ବାଚନରେ ପାର୍ଟିର ସଫଳତା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ । ଆଜିର ଏହି ମିଶ୍ରଣ ପର୍ବ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀ ସମେତ ଖୋର୍ଦ୍ଧା ଜିଲ୍ଲାର ସଂଗଠନକୁ ସୁଦୃଢ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏହି ଅବସରରେ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀର ବୋଲଗଡରୁ ଦଳେଇସାହି ଗ୍ରାମ ପଂଚାୟତର ସରପଂଚ ସୁଶାନ୍ତ କୁମାର ପରିଡାଙ୍କ ସମେତ ସମିତି ସଭ୍ୟା ମନସ୍ମିତା ଦଳାଇ, ସମିତିସଭ୍ୟାଙ୍କ ପ୍ରତିନିଧି ଶରତ କୁମାର ଦଳାଇ, ୱାର୍ଡ ମେମ୍ବର କୈଳାସ ସୁନ୍ଦରାୟ, ଜ୍ୟୋସ୍ନାରାଣୀ ନାୟକ, ଭାଗୀରଥି ପୃଷ୍ଟି, ଖୁର୍ସିଜା ବେମମ, ପବନି ଦେଇ, ସେହନ୍ସା ବେଗମ, ସେକ୍ କାଜଲ, ଅଶାନ୍ତି ବିଶ୍ୱାଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।
Comments are closed, but trackbacks and pingbacks are open.