ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା ର ଅନ୍ତରାଳେ..

28

କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେର ଆଜିକୁ ୧୧ ଦିନ ହେବ ନିଖୋଜ ଅଛନ୍ତି I ସେ ଗତ ୮ ତାରିଖ ଦିନ ସ୍କୁଲ ରେ ଏକ ମିଟିଂ ରେ ଯୋଗ ଦେବାପାଇଁ ଘରୁ ବାହାରିଥିଲେ I ଏହାପର ଠାରୁ ଆଉ ଘରକୁ ଫେରି ନାହାନ୍ତି I ଏ ନେଇ ପରିବାର ଲୋକେ ପ୍ରଥମେ କେଗାଁ ପୋଲିସ ରେ ଏତଲା ଦେବାକୁ ଯାଇଥିଲେ କିନ୍ତୁ ପୋଲିସ ଏତଲା ଗ୍ରହଣ ନ କରିବାରୁ ପରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ I
ସୂଚନାନୁସାରେ ,କଳାହାଣ୍ଡି ମହାଲିଙ୍ଗ ସନସାଇନ ଇଂଲିଶ ମିଡିୟମ ସ୍କୁଲ ରେ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ତୁରକେଲା ଥାନା ଅନ୍ତର୍ଗତ ଝରଣୀ ଗାଁ ର ମମିତା ମେହେର I ଦୁର୍ଗାପୂଜା ଛୁଟି ଚାଲୁଥିବା ସମୟ ରେ ସ୍କୁଲ ରେ ଜରୁରୀ କାଳୀନ ମିଟିଂ ଅଛି କହି ମହାଲିଙ୍ଗ ସ୍କୁଲ ର ମାଲିକ ତଥା ସ୍କୁଲ ଉପଦେଷ୍ଟା କମିଟିର ସଭାପତି ଗୋବିନ୍ଦ ସାହୁ ୮ତାରିଖ ରେ ସ୍କୁଲ ଡାକିଥିଲେ I ମମିତା ବସ ଯୋଗେ ଆସି ଚନ୍ଦତରା ଛକରେ ଓହ୍ଲାଇ ଥିଲେ ,ଏହିଠାରୁ ସଭାପତି ଗୋବିନ୍ଦ ସାହୁ ତାଙ୍କୁ ନିଜ କାର ଯୋଗେ ଆଣିଥିଲେ I ତେବେ ଗାଡିରେ ଯିବା ପରେ ମମିତା ସକାଳ ୯ଟା ୫୦ରେ ହଷ୍ଟେଲରେ ପହଞ୍ଚିଥିଲେ । ଯାହା ସେ ତାଙ୍କ ମାଙ୍କୁ ଫୋନ୍ କରି କହିଥିଲେ । ହେଲେ ଏହାପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ମିଳିନଥିଲା ।
ଘଟଣାର ଅନ୍ତରାଳେ, ଉକ୍ତ ମହାଲିଙ୍ଗ ସ୍କୁଲ ତଥା ତତ୍ସଂଗଲଗ୍ନ କଲେଜ ରେ ଅନ୍ତେବାସୀ ଛାତ୍ରୀ ମାନଙ୍କ ସହିତ ଗୋବିନ୍ଦ ସାହୁ ର ଅନୈତିକ ସମ୍ପର୍କ ଥିଲା I ଏହା ସହିତ ସ୍ଥାନୀୟ ଶାସକ ଦଳ ର ନେତା ମାନେ ମଧ୍ୟ ସେଠାରେ ଆସି ବହୁବାର ରାତ୍ରି ଯାପନ କରନ୍ତି I ଉକ୍ତ ଶିକ୍ଷାନୁଷ୍ଠାନ ର ଅନେକ ପ୍ରକାର କେଳେଙ୍କାରୀ ସହିତ ସେକ୍ସ ରାକେଟ ମଧ୍ୟ ଗୋବିନ୍ଦ ସାହୁ ଚଳାଇଥିଲା I ଏପରିକି ସ୍ଥାନୀୟ ନେତା ଏବଂ ପୋଲିସ ର ଛାତ୍ରଛାୟା ତଳେ ରହି ଗୋବିନ୍ଦ ସାହୁ ଖୁଲମ ଖୁଲା ଏହି କାରବାର ଚଳାଇଥିଲା Iଏହି ସବୁ କୁ କର୍ମର ସୁରାକ ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ଲାଗିଯାଇଥିଲା I ସେ ଏହାକୁ ପ୍ରବଳ ବିରୋଧ କରିବା ସହିତ ଏହାର ପରଦାଫାସ କରିବେ ବୋଲି ଗୋବିନ୍ଦ ସାହୁକୁ ଧମକ ଦେଇଥିଲେ I ଏବଂ ଗୁପ୍ତ ଭାବରରେ ଏହି କାମରେ ପ୍ରମାଣ ଯୋଗାଡ଼ କରିବାପାଇଁ ଲାଗିପଡ଼ିଥିଲେ I ସେ ତାଙ୍କ କାମରେ ସଫଳ ମଧ୍ୟ ହୋଇଯାଇଥିଲେ କିନ୍ତୁ ପରଦାଫାସ ହେବ ପୂର୍ବରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦିଆଗଲା ଇ ସେ ନିଖୋଜ ୪ ଦିନ ପରେ ତାଙ୍କର ଜଣେ ବାନ୍ଧବୀ ଏହି ଘଟଣା ର ଖୁଲାସା କରିଛନ୍ତି I ଏହାବାଦ ମମିତା ଙ୍କ ଜଣେ ସମ୍ପର୍କୀୟ ଭାଇ ବଣ୍ଟି ମେହେର ମଧ୍ୟ ପୋଲିସ କୁ ଏହି ବିଷୟରେ ସୂଚନା ଦେଇଥିଲେ I କିନ୍ତୁ ପୋଲିସ ଏହି ଘଟଣାକୁ ଗମ୍ଭୀରତା ର ସହ ନ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିଲା I ଏ ପରିକି ମମିତା ଙ୍କ ପରିବାର କୁ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇ ନ ଥିଲା I
ଏହି ଘଟଣା ପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଉଠାଇ ଆଣିଥିଲେ ବି ସେ ଟିଟିଲାଗଡ଼ ପୋଲିସ ବ୍ୟାରେକ ରୁ ଗତକାଲି ରାତିରେ ବିଦ୍ୟୁତ କାଟ ର ସୁଯୋଗ ନେଇ ପାଚେରୀ ଡେଇଁ ଚମ୍ପଟ ମାରିଚି I ତେବେ ତାକୁ ଧରାଇଦେବାକୁ ପୋଲିସ ପକ୍ଷରୁ ଲକ୍ଷେ ଟଙ୍କା ର ପୁରସ୍କାର ରାଶି ଘୋଷଣା ହେଇଛି I ଏହି ଘଟଣାରେ ୩ କନେଷ୍ଟବଳ ଙ୍କୁ ନିଲମ୍ବିତ କରାଯାଇଛି I
ସେପଟେ ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ମମିତାଙ୍କର ନା ଆଉ କାହାର, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

Leave A Reply

Your email address will not be published.