ଭୁବନେଶ୍ଵର: ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ସମୟରେ ଉପନିର୍ବାଚନରେ ବିଫଳତା ଉପରେ ତର୍ଜମା କରାଯାଇଛି l ବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିଜେପି ସରକାର ଉପରେ ବର୍ଷିଛନ୍ତି। ୬୩ଟି ବୁଥରେ ବିଜେଡ଼ି ଭୋଟକୁ ବିଜେପି ଜବରଦସ୍ତି ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡେ ଗଲା ତାକୁ ଦଳ ପକ୍ଷରୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ନବୀନ ବାବୁ ମଧ୍ୟ ଆଜି ପିଏସି ସଦସ୍ୟଙ୍କ ସହିତ ସେ ନେଇ ଆଲୋଚନା କରିଛନ୍ତି। ତର୍ଜମା ପରେ ନିର୍ବାଚନ ଆୟୋଗଙ୍କ ପାଖକୁ ଯିବୁ। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ବୁଥ୍ ୱାରି ତର୍ଜମା କରାଯିବ ବୋଲି ପ୍ରମିଳା କହିଛନ୍ତି।
Comments are closed, but trackbacks and pingbacks are open.