ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଭାରତର ସ୍ୱଦେଶୀ ଫାଇଟର ବିମାନ ଏଲସିଏ ତେଜସ ନିଜର ଡେମୋନଷ୍ଟ୍ରେସନ ଫ୍ଲାଇଟ୍ ବେଳେ ହଠାତ୍ କ୍ରାସ୍ ହୋଇଥିଲା। ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହରର ୨ଟା ୧୦ ମିନିଟ୍ରେ ହୋଇଥିଲା। ଏହି ସମୟରେ ହଜାର ହଜାର ଲୋକ ବିମାନର ଷ୍ଟଣ୍ଟ୍ ଦେଖୁଥିଲେ।ବିମାନଟି ବାୟୁରେ ମୋଡ ନେଉଥିଲାବେଳେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। କିଛି ହିଁ ସେକେଣ୍ଡରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା ଏବଂ ସିଧା ଆସି ଭୂଇଁରେ ମାଡ଼ ହୋଇଥିଲା। ଏହି ଧକ୍କାରେ ବଡ଼ ବିସ୍ଫୋରଣ ହୋଇଥିଲା ଏବଂ ଅଲ୍ ମକତୁମ ଇଣ୍ଟରନ୍ୟାସାନାଲ ଏୟାରପୋର୍ଟର ଉପରେ କଳା ଧୂଆଁର ଆସ୍ତରଣ ଉଠିଥିଲା। ସବୁଠୁ ଦୁଃଖଦ ଖବର ଯେ, ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି।

ଦୁବାଇ ଏୟାର ଶୋ’ ବିଶ୍ୱର ପ୍ରମୁଖ ଆଭିଏସନ ଆୟୋଜନ ଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠି ସାରା ବିଶ୍ୱର ଏୟାରଲାଇନ୍ସ ଓ ସାମରିକ ଉତ୍ପାଦକ ନିଜ ନିଜର କୌଶଳ ଦେଖାଇଥାନ୍ତି। ଏହି ଦୁର୍ଘଟଣାରେ ଏୟାର ଶୋ’ର ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ଆଭିଏସନ ଅଧିକାରୀମାନେ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି।
Comments are closed, but trackbacks and pingbacks are open.