ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ

158

ନୂଆଦିଲ୍ଲୀ: ଶେଷରେ ଆମେରେକୀୟ କଂପାନୀରୁ ଗ୍ୟାସ ଆଣିବା ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିଛି। ପ୍ରଥମ ଥର ପାଇଁ ଆମେରେକୀୟ ଉପକୂଳରେ ଥିବା ଗ୍ୟାସ କଂପାନୀଠାରୁ ଭାରତୀୟ କଂପାନୀମାନେ LPG କିଣିବା ପାଇଁ ରାଜିନାମା ସ୍ବାକ୍ଷର କରିଛନ୍ତି। ଗତକାଲି ଏକ ବଡ ପଦକ୍ଷେପ ଭାରତ ଗ୍ରହଣ କରିଛି। ପୂର୍ବରୁ ଭାରତୀୟ କଂପାନୀମାନେ ଋଷୀୟ କଂପାନୀଠାରୁ ଗ୍ୟାସ ଆମଦାନୀ କରୁଥିଲେ। ତେବେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ପାଇଁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସଂପର୍କରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL) ର ଅଧିକାରୀମାନଙ୍କର ଏକ ଦଳ ଆମେରିକା ଗସ୍ତ କରିଥିଲେ। ସେଠାରେ ଏହି ଦଳ ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟ ପାଇଁ ମାଉଣ୍ଟ ବେଲଭିୟୁ ଉପରେ ଆଧାରିତ ଚୁକ୍ତିନାମା ଚୂଡ଼ାନ୍ତ ହେବା ସହିତ ଏହି ଆଲୋଚନାଗୁଡ଼ିକ ସଫଳତାର ସହ ଶେଷ ହୋଇଛି।

Comments are closed, but trackbacks and pingbacks are open.