ଘରୋଇ ବସ ମାଲିକଙ୍କ ଧର୍ମଘଟ ଚେତାବନୀ

61

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ ସଂଘ ସରକାରଙ୍କୁ ଦାବିପତ୍ର ଦେବ ।ଡିସେମ୍ବର ୧ରୁ ପୁଲିସ୍‌କୁ ଗାଡ଼ି ଚେକିଂ ପାଇଁ ଦିଆଯାଉଥିବା ଅଖଣ୍ଡ କ୍ଷମତାକୁ ଘରୋଇ ମାଲିକ ସଂଘ ବିରୋଧ କରୁଛି । ମୋଟର ଭେଇକିଲ୍ ଆଇନର ବିଭିନ୍ନ ଦଫାରେ ପୁଲିସ୍‌ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା l

Comments are closed, but trackbacks and pingbacks are open.