AICTE ଓ IOSR ମଧ୍ୟରେ ଏମଓୟୁ ସ୍ଵାକ୍ଷର କଲେ ଧର୍ମେନ୍ଦ୍ର

105

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ AICTE ଓ IOSR ମଧ୍ୟରେ ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି I ଆଜି ଅପରାହ୍ନ। ୪ ଟା ସମୟରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି । ଏ ସଂକ୍ରାନ୍ତ ରେ ଭିସି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, AICTE ମଧ୍ୟରେ ଆଲୋଚନା ହୋଇଥିଲା ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲାଙ୍ଗୁଏଜ୍ ଟ୍ରାନ୍ସଲେସନ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ଓ ଡ଼ିପ୍ଲୋମା ପାଠ୍ୟକ୍ରମକୁ କିପରି ଶୀଘ୍ର ଓଡ଼ିଆରେ ଅନୁବାଦ କରାଯିବା ନେଇ ଆଲୋଚନା କରାଯାଇଥିଲା। ଏହା ଦ୍ବାରା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଥିବା ଇଂରାଜୀ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ନେଇ ପ୍ରୟାସ ହେବ। ଯାହାଦ୍ବାରା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟରି ହେବା ସ୍ବପ୍ନରେ ଭାଷା ଆଉ ପ୍ରତିବନ୍ଧକ ହୋଇ ରହିବନି।

Leave A Reply

Your email address will not be published.