ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଲେ ଅପରାଜିତା ଷଡ଼ଙ୍ଗୀ

27

କେନ୍ଦ୍ର ବିମାନ ଚଳାଚଳ ଓ ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ସହିତ ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଶ୍ରୀମତୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। ଆସନ୍ତା ନଭେମ୍ୱର ୨ ତାରିଖରେ ଭୁବନେଶ୍ୱରରୁ ଜୟପୁର ଓ ଡିସେମ୍ୱର ୧ ତାରିଖରେ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ଇଣ୍ଡିଗୋ ବିମାନ। ଜୟପୁରକୁ ସପ୍ତାହରେ ୩ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ଓଡିଶା ପର୍ଯ୍ୟଟନ ବିକାଶ କ୍ଷେତ୍ର ରେ ଆଉ ପାଦେ ଆଗକୁ ବଢିବ I ଠିକ୍‌ ସେହିଭଳି ଡିସେମ୍ୱର ୧ ତାରିଖରେ ଭୁବନେଶ୍ୱରରୁ ଗୋଆକୁ ମଧ୍ୟ ଇଣ୍ଡିଗୋ ଉଡ଼ିବ ବିମାନ। ଏହି ଦୁଇ ରାଜ୍ୟ କୁ ଓଡିଶାରୁ ସିଧାସଳଖ ବିମାନ ସେବା ପାଇଁ ଅନୁମତି ଦେଇଥିବାରୁ ଭୁବନେଶ୍ୱର ବାସୀ ଙ୍କ ତରଫରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଥିଲେ ଅପରାଜିତା ଷଡ଼ଙ୍ଗୀ I
ଏହି ଅବସରରେ ସାଂସଦ ବିଭିନ୍ନ ବିଷୟ ନେଇ ମନ୍ତ୍ରୀ ଙ୍କ ସହିତ ସକାରାତ୍ମକ ଆଲୋଚନା କରିଥିଲେ I

Leave A Reply

Your email address will not be published.