ରଞ୍ଜିତ ସିଂହ ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ର ମୁଖ୍ୟ ରାମ ରହିମ ଙ୍କୁ ଆଜୀବନ କାରାବାସ

25

ଦୀର୍ଘ ୧୯ ବର୍ଷ ପରେ ବହୁ ଚର୍ଚ୍ଚିତ ରଞ୍ଜିତ ସିଂହ ହତ୍ୟା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସୋମବାର ତଥାକଥିତ ଗୁରୁ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମ ଙ୍କୁ ଆଜୀବନ କାରାବାସ ସଜା ଶୁଣାଇଛନ୍ତି ଏହା ବ୍ୟତୀତ ତାଙ୍କର ଆଉ ୪ ସହ ଯୋଗୀଙ୍କୁ ବି ସମାନ ସଜା ଶୁଣାଇଛନ୍ତି କୋର୍ଟ I ଏହାବାଦ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କୋର୍ଟ।

ସୂଚନା ଅନୁସାରେ ପଞ୍ଚକୁଲାର ଡେରାରେ ରହୁଥିବା ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ର ଅଭିଯୋଗ ସାମ୍ନାକୁ ଆସିବା ପରେ ଡେରା ମ୍ୟାନେଜର ରଣଜିତ ସିଂଙ୍କ ଡେରା ପ୍ରମୁଖ ରାମ ରହିମଙ୍କ ସହ ମତଭେଦ ବଢ଼ି ଚାଲିଥିଲା। ଏହାପରେ ୨୦୦୨ ଜୁଲାଇ ୧୦ ତାରିଖରେ କୁରୁକ୍ଷେତ୍ର ନିକଟସ୍ଥ ଖାନପୁର ଠାରେ ନିଜ ଚାଷ ଜମିରେ ରଂଜିତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ରଂଜିତ ଙ୍କ ପରିବାର ତରଫ ରୁ ଗୁରମିତଙ୍କ ନାଁରେ ଅଭିଯୋଗ କରି ପୁଲିସରେ ମାମଲା ରୁଜୁ କରିଥିଲେ।

୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ। ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ସେହିପରି ରଣଜିତ ସିଂହ ହତ୍ୟା ମାମଲାରେ ଅକ୍ଟୋବର ୮ରେ ଗୁରୁମିତଙ୍କ ସମେତ ଅନ୍ୟ ୫ ଜଣ ଆଇପିସି ଧାରା ୩୨୦, ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେତେବେଳେ କିଛି ଦଣ୍ଡାଦେଶର ଶୁଣାଣି ହୋଇନଥିଲା । କିନ୍ତୁ ରାମ ରହୀମ ସିଂଙ୍କ ନାମରେ ହିନ୍ଦୀ ଭାଷାରେ ଏକ ଆଠ ପୃଷ୍ଠାର ଆବେଦନ ଲେଖାଯାଇଥିଲା । ଏଥିରେ ସେ ତାଙ୍କର ଅସୁସ୍ଥତା ଏବଂ ସାମାଜିକ କାର୍ଯ୍ୟରେ ଆବେଦନ ନେଇ ଉଲ୍ଲେଖ କରିଥିଲେ । ଯୁକ୍ତି ଶୁଣିବା ପରେ କୋର୍ଟ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଏହି ରାୟ ସଂରକ୍ଷିତ ରଖିଥିଲେ ।

ତେଣୁ ଆଜି ରାମରହିମ ଙ୍କ ସହିତ ଅନ୍ୟ ୪ ଜଣ ସହଯୋଗୀଙ୍କୁ କାରାବାସ ସଜା ଶୁଣାଇଛନ୍ତି କୋର୍ଟ I ତେବେ ସିବିଆଇର ସ୍ଵତନ୍ତ୍ର ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ରାମ ରହିମ ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି ଜଣା ପଡିଛି।

Leave A Reply

Your email address will not be published.