ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଆଜି ବିଶ୍ୱ ଡାଏବେଟିସ ଦିବସ ୨୦୨୫ ଉତ୍ସାହ ଓ ସାଧାରଣ ଲୋକଙ୍କ ଭାଗୀଦାରି ସହ ପାଳିତ ହୋଇଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS, କମିଶନର-କମ୍-ସେକ୍ରେଟାରି, ସମବାୟ ବିଭାଗ, ଓଡ଼ିଶା ସରକାର ଯୋଗ ଦେଇଥିଲେ। ଅଲିମ୍ପିଆନ ଅନୁରାଧା ବିଶ୍ବାଳ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍କଳ ହସ୍ପିଟାଲର ସି.ଇ.ଓ ଶ୍ରୀ ବି.କେ. ସୁବୋଧ ସିଂହ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ସଚେତନତା ଓ ଜୀବନ ଶୈଳୀ ପରିବର୍ତ୍ତନ ଦ୍ୱାରା ଡାଏବେଟିସ ନିୟନ୍ତ୍ରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉତ୍କଳ ହସ୍ପିଟାଲର ପ୍ରସିଦ୍ଧ ଡାକ୍ତର, ଡା. ସୁଧୀର କୁମାର ପଟ୍ଟନାୟକ, ଡା. ସିତିକାନ୍ତ ନନ୍ଦ, ଡା. ପ୍ରlଣବନ୍ଧୁ ସାହୁ, ଡା. ମଧୁସ୍ମିତା ସାହୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଥିଲେ । ସଚେତନତା ଅଭିଯାନର ଅଂଶ ଭାବେ ହସ୍ପିଟାଲ ସମ୍ମୁଖରେ ଏକ ବିଶେଷ ଯୋଗ ଅଧିବେଶନ ଆୟୋଜନ କରାଯାଇଥିଲା । ଯେଉଁଠି ଭାରତୀୟ ଯୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତ ତରଫରୁ ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ବରେ ପ୍ରଶିକ୍ଷିତ ଯୋଗ ଶିକ୍ଷକମାନେ ୟୋଗ କାର୍ଯ୍ୟକ୍ରମକୁ ପ୍ରରିଚାଳନା କରିଥିଲେ । ସେମାନେ ଶାରୀରିକ କ୍ରିୟାଶୀଳତା ଓ ମନୋନିବେଶ (mindfulness) ଡାଏବେଟିସ ନିୟନ୍ତ୍ରଣ ଓ ସମଗ୍ର ସ୍ୱାସ୍ଥ୍ୟ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଜୋର ଦେଇଥିଲେ l ୪୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏହି ଯୋଗ ଅଧିବେଶନରେ ଯୋଗଦେଇ ଥିଲେ ଓ ଏକ ଡାଏବେଟିସ-ମୁକ୍ତ ସମାଜ ପାଇଁ ସ୍ୱାସ୍ଥ୍ୟ ସଚେତନତାର ସନ୍ଦେଶ ଭିତରେ ପ୍ରଭାବିତ ହୋଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଟିଲ ଉତ୍କଳ ହସ୍ପିଟାଲଙ୍କ ସମାଜମୁଖୀ ସ୍ୱାସ୍ଥ୍ୟ ଉଦ୍ୟମକୁ ସ୍ତୁତି କରି, ସ୍ୱାସ୍ଥ୍ୟସମ୍ପର୍କୀୟ ସଚେତନତା ଓ ସୁସ୍ଥ ଜୀବନ ଶୈଳୀ ଅଙ୍ଗୀକାର କରିବାକୁ ଲୋକମାନଙ୍କୁ ଆହ୍ୱାନ କଲେ । କାର୍ଯ୍ୟକ୍ରମର ଶେଷରେ ଡାଏବେଟିସ ବିରୋଧରେ ଲଢ଼ିବା ପାଇଁ ଜୀବନ ଶୈଳୀ ପରିବର୍ତ୍ତନ, ନିୟମିତ ବ୍ୟାୟାମ ଓ ଚିକିତ୍ସା ଜାଞ୍ଚ ଦ୍ୱାରା ସଚେତନତା ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ଶପଥ ନେଲେ।
Comments are closed, but trackbacks and pingbacks are open.