ନାବାଳିକା ଉଦ୍ଧାର ପାଇଁ କମିଶନରେଟ୍ ପୋଲିସ ଆରମ୍ଭ କଲା ‘ପ୍ରାରମ୍ଭ’ ଯୋଜନା : ଜାରି କଲା ହେଲ୍ପଲାଇନ ନମ୍ବର

21

ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରୁ ପାଖାପାଖି ୩ ଶହରୁ ଉର୍ଦ୍ଧ୍ବ ନାବାଳିକା ଅପହରଣ ମାମଲା ରୁଜୁ ହୋଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପ୍ରାରମ୍ଭ ଯୋଜନା ଆରମ୍ଭ କରିଛି ।
ରାଜ୍ୟ ରେ ପ୍ରାୟ ସମୟ ଦେଖିବାକୁ ମିଳୁଛି ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି ।ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକା ଉଦ୍ଧାର କରାଯାଇଥିଲା । ୨୯୫ ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ । କିନ୍ତୁ ବର୍ତମାନ ଯାଏଁ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ I ଦରକାର ପଡିଲେ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ I ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ହେଲ୍ପ ଲାଇନ ନମ୍ବର ୨୫୪୫୪୪୫ ଜାରି କରିଛି । ଦରକାର ପଡିଲେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରିବୁ । ଯିଏ ଚାହିଁବ ଏହି ନମ୍ୱରରେ ଯୋଗାଯୋଗ କରି ପାରିବେ କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ ।

Leave A Reply

Your email address will not be published.