ଖୁବ ଶୀଘ୍ର ‘ଆଦ୍ୱିକା ଆପ’ ର ଶୁଭାରମ୍ଭ : ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମ ରେ ରାଜ୍ୟ ର ୧୦ ଲକ୍ଷ ବାଳିକା ହେବେ ଉପକୃତ

21

କିଶୋରୀ ଓ ମହିଳାଙ୍କ ସଶକ୍ତି କାରଣ ପାଇଁ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ବିଭାଗ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ଆଭାସୀ ସମ୍ମିଳନୀ କରାଯାଇଛି I
ୟୁନିସେଫ ଏବଂ ଯୁଏନଏଫପିଏ ର ମିଳିତ ସହଯୋଗ ରେ କ୍ଷେତ୍ର କର୍ମଚାରୀ ଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ସାହୁ କହିଥିଲେ ଯେ ,ରାଜ୍ୟ ସରକାର ଙ୍କ ‘୫ଟି’ ଉପକ୍ରମ ଆଧାରରେ,ମୋ ଛତୁଆ ,ଇ-କଳିକା,ଇ-ମାନଦେୟ ,ମୋ ଶିଶୁ ଆଦି ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମ ରେ କାର୍ଯ୍ୟକାରୀ ହେଉଛି I ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ,ରାଜ୍ୟ ର ଲକ୍ଷ ଲକ୍ଷ ବାଳିକା ଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଇ ଖୁବ ଶୀଘ୍ର ବିଭାଗ ତରଫରୁ ଏକ ‘ଆଦ୍ୱିକା -ପ୍ରତ୍ୟକ ବାଳିକା ଅଦ୍ଵିତୀୟ’ କାର୍ଯ୍ୟକ୍ରମ ର ‘ ର ଶୁଭାରମ୍ଭ ହୋଇଥିଲା I ଗୋଟିଏ ବର୍ଷରେ ପ୍ରାୟ ୧୦ ଲକ୍ଷ କିଶୋରୀ ବାଳିକାଙ୍କୁ ଏହି କାର୍ଯ୍ୟକ୍ରମ ରେ ସାମିଲ କରାଯାଇଛି I ଖୁବ ଶୀଘ୍ର ବିଭାଗ ତରଫରୁ ‘ଆଦ୍ୱିକା ଆପ’ ର ଶୁଭାରମ୍ଭ କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି I ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ, ଆଦ୍ବିକା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ କିଶୋରୀ ବାଳିକା ସଶକ୍ତିକରଣ ଦିଗରେ ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇପାରିଛି I
ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ,ମହିଳା ଶିଶୁବିକାଶ ବିଭାଗ ର ଉପଦେଷ୍ଟା ସୁଲତା ଦେଓ ,ୟୁନିସେଫ ଓଡିଶା ର ମୁଖ୍ୟ ମୋନିକା ନେଲସନ ,ଅଭିନେତା ସବ୍ୟସାଚୀ ,ଅଭିନେତ୍ରୀ ଅର୍ଚିତା ଏବଂ ୟୁନିସେଫ ର ରାଜ୍ୟ ପ୍ରୋଜେକ୍ଟ କୋ-ଅର୍ଡିନେଟର ନଦିମ ନୂର ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.