ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

154

ଭୁବନେଶ୍ଵର: ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା କିମ୍ବା ଫଟୋର ପ୍ରଚାର ପ୍ରସାର କରନ୍ତୁ ନାହିଁ ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ସୋସିଆଲ ମିଡିଆର ଏକ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଫଟୋ ପୋଷ୍ଟ କରାଯାଇଥିବା ଚିହ୍ନଟ ହୋଇଛି। ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର ବୋଲି ଜଣାପଡ଼ିଛି। ଏଭଳି ବିଭ୍ରାନ୍ତିକର ସୂଚନାର ପ୍ରଚାର ପ୍ରସାର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ବିଭ୍ରାନ୍ତିକର ସୂଚନା ଅନ୍ୟମାନଙ୍କୁ ପଠାଇବାରୁ ନିବୃତ୍ତ ରୁହନ୍ତୁ, କାରଣ ଏହା ଦ୍ୱାରା ଆପଣଙ୍କ ପାଇଁ ଗମ୍ଭୀର ପରିଣାମ ସୃଷ୍ଟି ହୋଇପାରେ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ମତଦାନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.