ରାଜଧାନୀରେ ଏକ ଘରୁ ବଡ଼ ଧରଣର ଚୋରୀ

26

ରାଜଧାନୀ ଭୁବନେଶ୍ୱରରେ ଗତକାଲି ରାତିରେ ବଡ଼ ଧାରଣ ର ଚୋରୀ ହେଇଯାଇଛି I ବାଲ୍କୋନି ଝରକା ଭାଙ୍ଗି ଘର ଭିତରକୁ ପଶି ୨୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ନେଇଯାଇଥିବାର ଜଣା ପଡିଛି । ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ ଘର ମାଲିକ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଘରର ତଳ ମହଲରେ ରହିଥାନ୍ତି I ସେହିଦିନ ରାତିରେ ଉପର ମହଲାରେ ଥିବା ବାଲ୍କୋନି ଝରକା ର କାଚ ଭାଙ୍ଗି ଚୋର ଘର ଭିତରେ ପଶି କଳା କନା ବୁଲାଇଥିଲା ,ନଗଦ ଟଙ୍କା ସହିତ ୨୫ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ନେଇ ଚମ୍ପଟ ମାରିଥିଲା I ତେବେ ପଡୋଶୀ କିଛି ଶବ୍ଦ ଶୁଣି ଘରର ତଳ ମହଲା ରେ ଥିବା ତାଙ୍କ ବଡ଼ ଭାଇଙ୍କୁ ଖବର ଦେଇଥିଲେ I ତେବେ ବଡ଼ ଭାଇଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ଏ ଘଟଣାଥିବାର ଅନୁମାନ କରାଯାଉଛି I

Leave A Reply

Your email address will not be published.