ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଦେଲା ଯୁବକ

76

ବାସୁଦେବପୁର : ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। ବୁଧବାର ପୂର୍ବାହ୍ନରେ ରାଜେନ୍ଦ୍ର ଏ ନେଇ ଉକ୍ତ ଯୁବକଙ୍କୁ ପଚାରିବାରୁ ସେ ଏକ ଧାରୁଆ ଛୁରିରେ ତାଙ୍କ ତଣ୍ଟି କାଟି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି l

Comments are closed, but trackbacks and pingbacks are open.