ପ୍ରଥମ ଥର ମହିଳା ବିଶ୍ୱକପ୍ ଜିତିଲା ଟିମ୍ ଇଣ୍ଡିଆ

1,032

ନଭିମୁମ୍ବାଇ:ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 246 ରନରେ ଅଲଆଉଟ୍ ହୋଇଯାଇଥିଲା।ଦୀପ୍ତି ଶର୍ମା ଚାରିଟି ୱିକେଟ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ଆଉଟ ହୋଇଯାଇଥିଲେ । ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା ।ଭାରତ ପକ୍ଷରୁ ରଖାଯାଇଥିବା ୨୯୯ ରନ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଓଲଭାର୍ଟ ୧୦୧ ରନ କରିଥିବାବେଳେ ଆନରି ଡର୍କସେନ ୩୫ ରନ କରିଥିଲେ ।

Comments are closed, but trackbacks and pingbacks are open.