ସବୁଠୁ ପ୍ରଦୂଷିତ ସହର ତାଲିକାରେ ରାଜଧାନୀ ଦିଲ୍ଲୀ ପ୍ରଥମ

20

ଦେଶର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ବାଗପାତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଦେଶର ଚାରିଟି ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ତିନୋଟି ସହର ଅନ୍ତର୍ଭୁକ୍ତ ରହିଛି। ବାଗପାତର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଡେଇଁଛି। ଏଥି ସହିତ ଦିଲ୍ଲୀର ବାୟୁ ମଧ୍ୟ ‘ଅତ୍ୟନ୍ତ ଖରାପ’ ହୋଇଯାଇଛି। ସେହିପରି ଏହି ତାଲିକାରେ ଗାଜିଆବାଦ-ନୋଏଡା ପରି ସହର ଏନସିଆରର ଅଞ୍ଚଳରେ ସାମିଲ ହୋଇଛି।
ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚଟି ହରିୟାଣାର ଏବଂ ତିନୋଟି ଉତ୍ତରପ୍ରଦେଶର ଅଛି। ଏଥିସହ ରାଜସ୍ଥାନର ଏକ ସହର ତଥା ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବାଗପାତରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଏବଂ ଏଠାରେ AQI ସ୍ତର ୪୦୬ ରେ ପହଞ୍ଚିଛି। ପ୍ରଦୂଷଣ ଦୃଷ୍ଟିରୁ ଏହା ସବୁଠାରୁ ଗୁରୁତର ଅବସ୍ଥା ବୋଲି କୁହାଯାଏ।
ତେବେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରୁ ଅନ୍ୟ ୯ଟି ସହରର ଅବସ୍ଥା ମଧ୍ୟ ସେତେଟା କିଛି ଭଲ ନୁହେଁ। ସମସ୍ତ ସହରର ବାୟୁ ପ୍ରଦୂଷଣ ସ୍ତର ୩୦୦ ରୁ ୪୦୦ ମଧ୍ୟରେ ରହିଛି। ଯାହା ବେଶ୍‌ ଉଦ୍‌ବେଗଜନକ।
ବାୟୁ ଗୁଣବତ୍ତା ମାନ ଅନୁଯାୟୀ, ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ତଲିକାରେ ଗାଜିଆବାଦ ରହିଛି। ଏଠାରେ AQI ୩୯୩ ରହିଛି। ତୃତୀୟ ସ୍ଥାନରେ ପାନିପାତ (393), ଚତୁର୍ଥ ସ୍ଥାନରେ ନୋଏଡା (୩୬୪), ପଞ୍ଚମ ସ୍ଥାନରେ ଗୁରୁଗ୍ରାମ (୩୫୧) ଏବଂ ଷଷ୍ଠ ସ୍ଥାନରେ ଦିଲ୍ଲୀ (୩୫୧)। ଏହା ପରେ ଯଥାକ୍ରମେ ଭିବଣ୍ଡି (୩୪୭), ଫରିଦାବାଦ (୩୩୮), ମାନେସର (୩୩୪) ଏବଂ ବଲ୍ଲଭଗଡ(୩୨୦) ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ସର୍ବୋତ୍ତମ ବୋଲି କୁହାଯାଏ। ସେହିପରି ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ରହିଲେ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୦-୫୦୦ ଅତ୍ୟନ୍ତ ଗୁରୁତର ବୋଲି ଧରାଯାଏ।

ତେବେ ନିକଟରେ ଦିଲ୍ଲୀ ସରକାର କହିଥିଲେ ଯେ ପଡୋଶୀ ରାଜ୍ୟ ମାନଙ୍କରେ ଚାଷକାମ ସରିଲାପରେ ନାଦ ପୋଡିବା ଯୋଗୁଁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେଉଛି Iରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ସରକାର ନିକଟରେ ରେଡ୍ ଲାଇଟ୍ ଅନ୍ ଇଞ୍ଜିନ ଅଫ୍ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି , ଯେଉଁଥିରେ ପ୍ରଦୂଷଣ ସୃଷ୍ଟି କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ଅଭିଯୋଗ କରାଯାଇପାରିବ ।

Leave A Reply

Your email address will not be published.