ନୂଆପଡ଼ା ଯିବେ ନବୀନ: ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର

189

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇଛି। ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଏବେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ରଖିଛନ୍ତି। ଏହାରି ଭିତରେ ଏବେ ସ୍ନେହାଙ୍ଗିନୀଙ୍କ ପାଇଁ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୩ ନଭେମ୍ବର ଆସନ୍ତା ସୋମବାରରେ ନବୀନ ନୂଆପଡ଼ାରେ ପ୍ରଚାର କରିବେ। ଏନେଇ ନିଜେ ନବୀନ ଭିଡିଓ ଜାରି କରି ସୂଚନା ଦେଇଛନ୍ତିତେବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । କୋମନା ବିଜେଡିର ଏକ ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ ବଡ଼ ପ୍ଲାନ୍‌ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ।

Comments are closed, but trackbacks and pingbacks are open.