ମନୀଷ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଙ୍କୁ ରିମାଣ୍ଡରେ ନେଇ ହେବ ଜେରା

26

ଭୁବନେଶ୍ୱରର ବହୁଚର୍ଚ୍ଚିତ ମନୀଷ ଦାସ ହତ୍ୟାକାଣ୍ଡ ମାମଲାରେ ଗତ କାଲି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଅଭିଯୁକ୍ତ ୪ ଦିନ ରିମାଣ୍ଡ ରେ ଯିବେ I ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ସହ ହତ୍ୟାକାଣ୍ଡ ସତ୍ୟସତ୍ୟ କଣ ବାହାର କରିବ ପୋଲିସ I
ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) । ପୂର୍ବରୁ ୫ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କମିଶନରେଟ୍ ପୋଲିସ । ସୂଚନାଯୋଗ୍ୟ ଯେ, ମନୀଷ ତାଙ୍କର ୩ ଜଣଙ୍କ ସାଙ୍ଗଙ୍କ ସହିତ ପାତ୍ରପଡ଼ାର ସାଉଥସିଟି ହୋଟେଲକୁ ରାତିରେ ଯାଇ ପାର୍ଟି କରିଥିଲେ I ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ହୋଟେଲ ବାହାରେ ସାଙ୍ଗମାନେ ମନୀଷଙ୍କୁ ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ମନୀଷଙ୍କୁ ମୃତ୍ୟୁ ଘଟିବାରୁ ପ୍ରମାଣ ନଷ୍ଟ କରିବାକୁ ସେମାନେ ମନୀଷଙ୍କ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ ଏବଂ ଏହା ପରେ ସମସ୍ତ ୩ ଅଭିଯୁକ୍ତ ଫୁଲବାଣୀ ପଳାଇ ଯାଇଥିଲେ ଇ ଏହାପରେ ରାଜ୍ୟ ବାହାର କୁ ପଳାଇବାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା ଇ ବର୍ତ୍ତମାନ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ପୂର୍ବରୁ ଏ ସଂକ୍ରାନ୍ତ ରେ ଡିସିପି ସୂଚନା ଦେଇଛନ୍ତି I

Leave A Reply

Your email address will not be published.