ମୋନ୍ଥା’ ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ: ରାଜସ୍ବ ମନ୍ତ୍ରୀ

159

ଭୁବନେଶ୍ୱର:  ବାତ୍ୟା ‘ମୋନ୍ଥା’ ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବାତ୍ୟା ପରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ହେବ | ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଭୂସ୍ଖଳନ କୁ ଦୃଷ୍ଟିରେ ରଖି ଲୋକ ଯେମିତି କ୍ଷତିଗ୍ରସ୍ତ ନହୁଅନ୍ତି, ସେଥିପ୍ରତି ମଧ୍ୟ ତୀକ୍ଷ୍ନ ନଜର ରଖାଯାଇଥିଲା । ଆମକୁ 3୧ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ। ମନ୍ଥା ଦ୍ଵାରା ୩୩ ବ୍ଲକ , ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ୩୬୨ ଫ୍ରି କିଚେନରେ ୧୮ ହଜାର​‌ଲୋକଙ୍କୁ ରନ୍ଧ୍ୟା ଖାଦ୍ୟ ଦିଆଯାଉଛି। 56 ଟି ବ୍ଲକରେ ୫୦ ମିଲିମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୬୧ ଟି ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରାୟ ୧୯ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଥିଲା । ଖୁବ୍ କମ୍ ସମୟ ମଧ୍ୟରେ ପଥର ହଟାଯାଇ ଗଛ କଟାଯାଇ ସଫା ହୋଇଛି। ବହୁ ସ୍ଥାନରେ ଧାନ ଫସଲ ନଷ୍ହୋଟ ହୋଇଛି। ଫସଲ କ୍ଷତିର ଆକଳନ ପାଇଁ ଆସନ୍ତାକାଲିଠାରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବୁ। ସର୍ଭେ ପରେ ଘର ଭାଙ୍ଗିଥିଲେ କ୍ଷତି ପୂରଣ ଦିଆଯିବ। ପ୍ରସ୍ତୁତି ଦୃଷ୍ଟିରୁ ବିଗତ ବିପର୍ଯ୍ୟୟ ଅପେକ୍ଷା ଆମ ସରକାର ଆଉ ପାଦେ ଆଗକୁ ଯାଇ ପାରିଛୁ। ଗୋଟିଏ ବିଲ ହେଉ କି ଗୋଟିଏ ଘର କ୍ଷତି ହୋଇଥିଲେ ବି କ୍ଷତିପୂରଣ ମିଳିବ। ସଠିକ ସର୍ଭେ କରି ଡାଟା ବେଶ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀ ମାନେ ବିଚଳିତ ନ ହେବାକୁ ସରକାର ଅନୁରୋଧ କରିଛନ୍ତି ।
 

Comments are closed, but trackbacks and pingbacks are open.