ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିଦିନ ୧ ଘଂଟା କରିବେ ପୂର୍ବ ଶ୍ରେଣୀ ପାଠର ରିଭିଜନ୍

19

ଦେଶରେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି I ଶିକ୍ଷାଦାନ ର ବିକଳ୍ପ ଭାବରେ ଅନଲାଇନ ମାଧ୍ୟମ ରେ ପାଠପଢା ଜାରି ରହିଛି I ଅନେକ ସ୍ଥାନ ରେ ନେଟୱର୍କ ମିଳୁ ନ ଥିବାରୁ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେଇଥାଏ I ବର୍ତ୍ତମାନ ଦେଶରେ ତଥା ଓଡ଼ିଶାରେ ମଧ୍ୟ କରୋନା ଗ୍ରାଫ ନିମ୍ନ ମୁଖି ହେଇଛି I ଧୀରେଧୀରେ ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ମାନ ଖୋଲୁଛି I ସେହିପରି ଗଣଶିକ୍ଷା ବିଭାଗ ର ନିର୍ଦେଶ କ୍ରମେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଆସନ୍ତା ୨୧ ରେ +୨ ଏବଂ ୨୫ ରେ ଅଷ୍ଟମ ଶ୍ରେଣୀ ଖୋଲିବ I ବର୍ତମାନ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଅଷ୍ଟମ ପାଠ୍ୟକ୍ରମ ବ୍ୟତୀତ ରିଭିଜନ କରିବା ପାଇଁ ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ପୁରୁଣା ପାଠ ଅର୍ଥାତ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପାଠ କୁ ପଢିବେ I ଏହାଦ୍ୱାରା ବେସ ଲାଇନ ମୁଲ୍ୟାଙ୍କନ ଦ୍ୱାରା କରାଯିବ ଛାତ୍ରଛାତ୍ରୀଙ୍କ ତର୍ଜମା । ପ୍ରତିଦିନ ୧ ଘଂଟା କରିବେ ପୂର୍ବ ପାଠର ରିଭିଜନ୍ ।ସ୍କୁଲ ଖୋଲିବା ପରେ କିପରି ପାଠପଢ଼ା ହେବ ,ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି I

Leave A Reply

Your email address will not be published.