ଆଜି ମା’ଙ୍କ ମେଲାଣି

16

ଆଜି ମା’ ଜଗତ ଜନନୀ ଙ୍କ ଭସାଣି ଯାତ୍ରା ଇ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ପୂଜା ପାଇଲେ ମା’ ଜଗତଜନନୀ । ଗତକାଲି ଦଶହରାର ଅନ୍ତିମ ଦିନରେ ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି ।
ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ । ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ ।
ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ । ସେପଟେ ଭଷାଣୀ ପାଇଁ ବିଏମସି ଓ ସିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କୁଆଖାଇ ନଦୀରେ ଦୁଇଟି ଓ ଦୟା ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ କରିଛି ପ୍ରଶାସନ । ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି । ମା ‘ ଙ୍କ କୃପାରୁ ଏଇ ଦୁର୍ଦ୍ଦିନ ହଟିଯାଉ ,ଆସନ୍ତା ବର୍ଷକୁ ହସ ହସ ମୁହଁ ରେ ଖୁବ ଧୁମ ଧାମ ରେ ମା’ ଙ୍କୁ ସ୍ୱାଗତ କରିବା ପାଇଁ ଭକ୍ତ ରହିଛି ଅପେକ୍ଷା ରେ I

Leave A Reply

Your email address will not be published.