ଚିଲିକାରେ ଡଙ୍ଗା ଚଳାଚଳ ୨୮ ଯାଏ ସମ୍ପୂର୍ଣ୍ଣ ବାରଣ

169

ଭୁବନେଶ୍ୱର : ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ । ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡଙ୍ଗା ଓ ମେସିନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଚିଲିକା ଭିତରେ ଅଛନ୍ତି ଆଜି ସୁଧା ଫେରି ଆସିବାକୁ ଅନୁରୋଧ କରାଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି।ଚିଲିକା କୂଳରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି। ବାତ୍ୟା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ଏଥିପାଇଁ ସତର୍କ କରାଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି। ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି।

Comments are closed, but trackbacks and pingbacks are open.