ନନ୍ଦନକାନନ ରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନ ବନ୍ଦ

18

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନନ୍ଦନକାନନ ଟୟଟ୍ରେନ ଇଂଜିନରେ ନିଆଁ ଲାଗି ଯାଇଥିଲା I ଫଳରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଏହି ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଛି । ମାତ୍ର ୮ ଦିନ ବି ଚାଲିପାରିଲା ନାହିଁ ନନ୍ଦନକାନନର ଟୟ ଟ୍ରେନ୍, ଏ ସମ୍ପର୍କ ରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି ।
ଗତକାଲି ୬୦ ଜଣ ପର୍ଯ୍ୟଟକଙ୍କୁ ନେଇ ଟୟଟ୍ରେନରେ ଯାତ୍ରା କରିଥିଲା ,ଏହି ସମୟରେ ଇଂଜିନରେ ନିଆଁ ଲାଗି ଯାଇଥିଲା । ଫଳରେ ଅଳ୍ପକେ ବର୍ତିଥିଯାଇଥିଲେ ପର୍ଯ୍ୟଟକ । ସେଥିପାଇଁ ଟୟଟ୍ରେନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିବା କୁହାଯାଇଛି । ନନ୍ଦନକାନନରେ ଟୟ ଟ୍ରେନ ଚଳାଚଳ ଦାୟିତ୍ୱରେ ଥିବା ରାଇଟସ ସଂସ୍ଥା ଇଂଜିନିୟର ଏହାର ଯାଂଚ କରିବେ ବୋଲି କୁହାଯାଇଛି । ଗତ ୮ ତାରିଖରେ ନନ୍ଦନକାନନର ୬୬ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଏହି ଟୟ ଟ୍ରେନର ଉଦଘାଟନ କରାଯାଇଥିଲା ।

Leave A Reply

Your email address will not be published.